୧୧ଦିନ ଧରି ବାହାରିନରେ ଆତଙ୍କିତ ଅବସ୍ଥାରେ ଥିବା ଓଡ଼ିଆ ପୁଅ ସିଦ୍ଧାନ୍ତ ମିଶ୍ର ବୁଧବାର ଫେରିଛନ୍ତି ଭାରତ। ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ତାଙ୍କ କମ୍ପାନୀ କେପିଏମଜିର ବରିଷ୍ଠ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ୨୮ତାରିଖରେ ଇସ୍ରାଏଲ-ଆମେରିକାକୁ ଜବାବ ଦେବା ପାଇଁ ଇରାନ ଆକ୍ରମଣ କରିଥିଲା ବାହାରିନର ଜୁଫେୟାର ଅଞ୍ଚଳରେ ଥିବା ଆମେରିକାର ଏୟାର ବେସ୍ରେ । ଏହି ବେସ୍ ଠାରୁ ଗୋଟେ କିଲୋମିଟର ଦୂରରେ ଥିବା ହୋଟେଲରେ ରହୁଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଗ୍ରାମର ସଫ୍ଟୱେର ଇଞ୍ଜିନିୟର ସିଦ୍ଧାନ୍ତ ମିଶ୍ର (ସିକନ) । ଭୟ ଓ ଆତଙ୍କ ଭିତରେ ତିନି ତିନିଟା ହୋଟେଲ ବଦଳାଇବା ସହ ୪ ଦିନ ଧରି ଅଖିଆ ଅପିଆରେ ରହିଥିଲେ ସେ। ଏୟାର ସ୍ପେସ୍ ବନ୍ଦ କାରଣରୁ ଭାରତ ସରକାର ମଧ୍ୟ ହାତ ଟେକି ଦେଇଥିଲେ। ହେଲେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତତ୍ପରତା, ବାହାରିନ ଏବଂ ସାଉଦୀ ସରକାରଙ୍କ ଉଦ୍ୟମ ବଳରେ ସେମାନଙ୍କୁ ମିଳିଥିଲା ସାଉଦୀର ଟ୍ରାଞ୍ଜିବ ଭିସା । ପରେ ସାନାବିସରୁ ଗାଡ଼ିରେ ଦମମ ବିମାନ ବନ୍ଦର, ଦମମରୁ ବିମାନରେ ପହଞ୍ଚି ଥିଲେ ଜେଦାହ। ଆଉ ଜେଦାହରୁ ବେଙ୍ଗାଲୁରୁ ଅଭିମୁଖେ ବାହାରିଥିଲା ବିମାନ। ବୁଧବାର ସକାଳ ୧୦.୪୫ରେ ସିଦ୍ଧାନ୍ତ ଏବଂ ତାଙ୍କର ଆଉ ତିନି ସାଥି ପହଞ୍ଚିଥିଲେ ଭାରତ ମାଟିରେ। ଏହି ୧୧ଦିନର ଯନ୍ତ୍ରଣା, କଷ୍ଟକୁ ନେଇ କାନ୍ଦି ପକାଇଥିଲେ। କହିଥିଲେ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ କାରଣରୁ ଆମେ ଫେରିପାରିଛୁ ଆମ ମାଟିକୁ। Post navigation MSME E-Parks In All Districts: ରାଜ୍ୟର ୩୦ଟି ଜିଲ୍ଲାରେ ହେବ MSME ଇ-ପାର୍କ: ଗୋକୁଳାନନ୍ଦ ମଲ୍ଲିକ Rice ATM In Odisha: ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM