ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁଓଡ଼ିଆ ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ମିଳିଲା ନୂଆ ଦାୟିତ୍ଵ । ତାଙ୍କୁ ଜାମ୍ମୁକାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍ ରଶ୍ମୀରଂଜନ ସ୍ବାଇଁଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ବିଜ୍ଞପ୍ତି ମୁତାବକ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ସେ ଏହି ଦାୟିତ୍ୱରେ ରହିବେ । ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁ ୧୯୯୧ ବ୍ୟାଚର ଆଇପିଏସ୍ ଅଧିକାରୀ । ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଶ୍ରୀନଗରର ଏଏସପି ଦାୟିତ୍ୱ ତୁଲାଇଥିଲେ । ଏହାପରେ ୨୦୦୩ରୁ ୨୦୦୪ ଯାଏଁ ଜମ୍ମୁର ଏଏସପି କାର୍ଯ୍ୟ କରିଛନ୍ତି । ଏଥିସହିତ ସେ ପୁଞ୍ଚ, ରାମବାନ ଓ ଲେହ ବି କାର୍ଯ୍ୟ କରିଛନ୍ତି । ୨୦୦୪ରୁ ୨୦୦୬ ଯାଏଁ ଜମ୍ମୁ କାଶ୍ମୀରର ଭିଜିଲାନ୍ସ ସଙ୍ଗଠନରେ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବରେ କାର୍ଯ୍ୟ କରିଛନ୍ତି । ଜୁନ୍ ୧୫ ୨୦୨୦ରେ ଜମ୍ମୁକାଶ୍ମୀରର ଗୁପ୍ତଚର ମୁଖ୍ୟ ଭାବେ ନିୟୁକ୍ତ ହୋଇଥିଲେ । ଅକ୍ଟୋବର ୩୧, ୨୦୨୩ରେ ସେ ଶ୍ରୀନଗରର ପୁଲିସ୍ ମୁଖ୍ୟାଳୟରେ ଜମ୍ମୁ କାଶ୍ମୀରର ୧୭ ତମ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । Post navigation ବିନେଶଙ୍କୁ ସାନ୍ତ୍ଵନା ଦେଲେ ମୋଦି ରାଜ୍ୟରୁ ହଟିଲା ଫାଇଭ୍-ଟି ଚାର୍ଟର ଓ ମୋ ସରକାର