ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନ ନେଇ ନର୍ସିଂ ନିର୍ଦ୍ଦେଶକଙ୍କ ଚିଠି। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ, ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି। ଏସ୍‌ମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ।

ସୂଚନା ମୁତାବକ; ଆସନ୍ତା ୨୫ ତାରିଖରେ ୧୦ ଦଫା ଦାବିରେ ନର୍ସିଂ ଅଫିସର ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ । ଜରୁରିକାଳୀନ ରୋଗୀ ସେବାରେ ବାଧା ନଦେଇ ସମସ୍ତ ହସ୍ପିଟାଲ ସାଧାରଣ ବିଭାଗରେ ନିଜ ଅଧିକାରୀଙ୍କ ଅଫିସ ସମ୍ମୁଖରେ ନର୍ସିଂ ଅଫିସରମାନେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପରେ ବି ଦାବି ପୂରଣ ନହେଲେ ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ । ଏହି ଚେତାବନୀ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ଛଅ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରିରେ ମିଶାଇ ପଦୋନ୍ନତି ସହ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।

ସେହିପରି, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ସିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡ଼ର ପୋଷ୍ଟରେ ଅବସ୍ଥାପିତ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରଙ୍କୁ ସ୍ଥାୟୀ ନିଯୁକ୍ତି ସହ ଠିକାସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜନ ଆଦେଶକୁ ପ୍ରତ୍ଯାହାର କରିବାକୁ ସଂଘ ଦାବି କରିଛି ।

Leave a Reply

Your email address will not be published. Required fields are marked *