ଦିଲ୍ଲୀରେ ଏବେ ବିକ୍ରି ହେଉଛି ନ୍ୟୁକ୍ଲିୟର୍ ବଙ୍କର । ମାଟି ଭିତରେ ତିଆରି କରାଯାଉଛି ସୁରକ୍ଷିତ ବଙ୍କର । ରସାୟନିକ ଜୈବିକ ଓ ପରମାଣୁ ଆକ୍ରମଣ ହେଲେ ବି ରଖିବ ସୁରକ୍ଷିତ । ତିନି ବର୍ଷ ଯାଏଁ ମାଟି ତଳେ ସୁରକ୍ଷିତ ରଖିବାକୁ କମ୍ପାନୀର ଦାବି କରିଛି । ଏହାର ଦାମ୍ ୨ କୋଟିରୁ ଆରମ୍ଭ କରି ୧୦ କୋଟି ଟଙ୍କା ରହିଥିବା ବେଳେ ଏବେଠୁ କୋଟି କୋଟି ଟଙ୍କା ଦେଇ ଲୋକେ ବୁକ୍ କରୁଥିବା ଜଣାଯାଇଛି ।

ବୋମା ବିସ୍ଫୋରଣ, କ୍ଷେପଣାସ୍ତ୍ର ଏବଂ ଭୂକମ୍ପରୁ ସୁରକ୍ଷିତ ରହିବା ବ୍ୟତୀତ ଏହି ବଙ୍କର ମଧ୍ୟ ଝଡ଼ ଭଳି ବିପର୍ଯ୍ୟୟରୁ ରକ୍ଷା କରିବାରେ ସକ୍ଷମ ଅଟେ। ଦିଲ୍ଲୀରେ ନ୍ୟୁକ୍ଲିୟର ବଙ୍କର ଦୁଇ ପ୍ରକାର ମିଳୁଛି । ଗୋଟିଏ ପୂର୍ବରୁ ପ୍ରସ୍ତୁତ ନ୍ୟୁକ୍ଲିୟର ବଙ୍କର ଯାହା ବାନହେଇକି ରହିଥିବା କେବଳ ମାଟି ତଳେ ଆଣି ଫିଟ କରାଯିବ ଓ ଅନ୍ୟଟି ହେଲା ଘର ତଳେ ତିଆରି କରାଯିବ । ନ୍ୟୁକ୍ଲିୟର ବଙ୍କର ୩ ହଜାର ସ୍କୋୟାର ଫିଟର ରହିବ ।ଏଥିରେ ୧୫ରୁ ଅଧିକ ଲୋକ ରହିପାରିବେ । ସେଥିରେ ଖାଦ୍ୟ ପାନୀୟ ପାଖାପାଖି ୩ ବର୍ଷ ଯାଏଁ ରଖିହେବ । ଏହା ସହ ବଙ୍କର ଭିତରେ ହାଇଡ୍ରୋପୋନିକ କଠୋରୀ ରହିବ, ଯେଉଁଥିରେ ମାଟି ବଦଳରେ ପାଣିରେ ପନିପରିବା ଉତ୍ପାଦନ କରିହେବ।  ତେଣୁ ପ୍ରତ୍ୟେକ ବଙ୍କରରେ ସମସ୍ତ ସୁବିଧା ଉପଲବ୍ଧ ହେବା ଦ୍ବାରା ଲୋକମାନେ ଏହି ବଙ୍କରରେ ଅନେକ ଦିନ ଆଶ୍ରୟ ନେଇପାରିବେ।

Leave a Reply

Your email address will not be published. Required fields are marked *