Bhunjia community supports BJD
ଶନିବାର ଦିନ ନୂଆପଡା ବ୍ଲକ ର ସେଠଜମ୍ପାନି ଗ୍ରାମ ପଞ୍ଚାୟତରେ ଆୟୋଜିତ ଜନସଭାରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ସମ୍ପ୍ରଦାୟ ର ଲୋକେ ସ୍ୱାଗତ ଜଣାଇଥିଲେ । ଏହି ସଭାରେ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷରେ ଆଦିବାସୀମାନଙ୍କ ଐତିହାସିକ ପ୍ରଗତି ହୋଇଛି ।
 
ବିଜେଡି ଶାସନରେ ଆଦିବାସୀମାନଙ୍କ ଉନ୍ନତି ବାସ୍ତବ ରୂପ ନେଇଥିଲା । ଯୁଗ ଯୁଗ ଧରି ଉପେକ୍ଷିତ ଥିବା ଜନଜାତି ମାନଙ୍କୁ ସେମାନଙ୍କ ଅଧିକାର ମିଳିଥିଲା । ଏହାକୁ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ଜାତିର ଲୋକେ କେବେ ଭୁଲିବେ ନାହିଁ ବିଜେଡିକୁ ସମର୍ଥନ ଜଣାଇଲେ ଭୁଞ୍ଜିଆ ସମ୍ପ୍ରଦାୟ ର ଲୋକମାନେ କହିଛନ୍ତି ।
Nuapada Bypoll: Bhunjia community supports BJD
 
ବକ୍ତାମାନେ କହିଥିଲେ ଯେ ମିଶନ ଜୀବୀକା ଏବଂ ଓପିଇଏଲଆଇପି ପରି ଯୋଜନା ଦ୍ୱାରା ଆଦିବାସୀ ଯୁବ, ଛାତ୍ର ଓ କୃଷକମାନଙ୍କୁ ସଶକ୍ତ କରାଯାଇଛି । ଓଡିଶାର ଆଦିବାସୀ ଉନ୍ନତି ଯାତ୍ରା, ସଂସ୍କୃତିକ ଗୌରବ, ଆର୍ଥିକ ସଶକ୍ତିକରଣ ଓ ସାମାଜିକ ନ୍ୟାୟ ଆଧାରିତ ଶାସନ ବ୍ୟବସ୍ଥା ନବୀନ ବାବୁଙ୍କର ସବୁଠାରୁ ବଡ଼ ଅବଦାନ ବୋଲି ନେତାମାନେ ଉଲ୍ଲେଖ କରିଥିଲେ । ଏହି ସଭାରେ ବିଜେଡିର ବରିଷ୍ଠ ନେତା ସୁଦାମ ମାରାଣ୍ଡି, ନିରଞ୍ଜନ ବିଶି, ରମେଶ ମାଝୀ, ଭାନୁ ପ୍ରତାପ ସିଂହ ମାଝୀ, ଡ. ଲେଖାଶ୍ରୀ ସମନ୍ତସିଂହର, ତେଜରାଜ ସବର ଓ ରୂପ ସିଂହ ଭୁଞ୍ଜିଆ ଉପସ୍ଥିତ ଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *