ନୂଆପଡ଼ା ଉପ ନିର୍ବାଚନ ପାଇଁ ସରଗରମ ରାଜନୀତି । ଭାଜପାର ପ୍ରାର୍ଥୀ ଜୟ ହେବା ନେଇ ଏକପ୍ରକାର ନିଶ୍ଚତ ହେବା ପରେ ବିଜେଡିରୁ କିଏ ହେବେ ପ୍ରାର୍ଥୀ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମନୋଜ ମିଶ୍ର ପ୍ରାର୍ଥୀ ହୋଇପାରନ୍ତି ବୋଲି ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ଏହାକୁ ନେଇ କୌଣସି ସୂଚନା ଦେଇ ନାହିଁ । ମନୋଜ ବର୍ତ୍ତମାନ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ୨୦୨୪ ନିର୍ବାଚନରେ ଖଡିଆଳ ନିର୍ବାଚନ ମଣ୍ଡଳୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ମନୋଜ । ସେହିପରି ୨୦୨୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ଦଳର ବିଜୟରେ କର୍ଣ୍ଣଧାର ସାଜିଥିଲେ । ମନୋଜ ଜନତା ଦଳରୁ ବିଜେଡିକୁ ଆସିଥିଲେ । ବିଜୁ ପରିବାରର ସଦସ୍ୟ ଭାବେ ୧୯୯୨ରୁ ଦଳ ପାଇଁ କାମ କରିଆସିଛନ୍ତି । ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ଗତକାଲିଠୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପ୍ରକ୍ରିୟା । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ । ନଭେମ୍ବର ୧୧ ତାରିଖରେ ଭୋଟ ଗ୍ରହଣ ହେବ । ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । Post navigation ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ମୋଦୀଙ୍କ ପ୍ରଶଂସା କଲେ ଟ୍ରମ୍ପ୍ ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଧର୍ଷଣ ମାମଲା: ପୀଡିତାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ