ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ଚତୁର୍ଥ ରାଉଣ୍ଡ ସୁଦ୍ଧା ୧୨ ହଜାର ୮୧୫ ଭୋଟ୍‌ରେ ଆଗୁଆ । ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୬୦୮୮ ଭୋଟ୍ ପାଇଛନ୍ତି ଓ ତୃତୀୟ ସ୍ଥାନରେ ରହିଛନ୍ତି ସ୍ନେହାଙ୍ଗିନୀ । ତାଙ୍କୁ ୫୩୨୦ ଭୋଟ ମିଳିଛି ।

ସୂଚନା ଯୋଗ୍ୟ; ଆଜି ପ୍ରକାଶ ପାଇବା ନୂଆପଡା ଉପନିର୍ବାଚନ ଫଳ । ସେଥିପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଏବଂ ଏହାର ୩୦ମିନିଟ୍‌ ପରେ ଇଭିଏମ୍‌ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ୩୫୮ଟି ବୁଥ୍ ପାଇଁ ୧୪ଟି ଟେବୁଲରେ ଭୋଟ ଗଣତି କରାଯିବ । ମୋଟ ୨୬ ରାଉଣ୍ଡରେ ଗଣତି ହେବ ।

ପ୍ରତ୍ୟେକ ଟେବୁଲ୍‌ରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ ଗଣତି ହେବା ବେଳେ ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ସେପଟେ ସଂପୂର୍ଣ୍ଣ ଗଣତି ପ୍ରକ୍ରିୟା ଉପରେ ନଜର ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଚଳିତବର୍ଷ ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ ମତଦାନ ହୋଇଛି । ରେକର୍ଡ ସଂଖ୍ୟକ ମତଦାନ ହୋଇଥିବାରୁ ନୂଆପଡ଼ାକୁ ନେଇ ବିଜୟ ଅଙ୍କ କଷୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ମୋଟ୍‌ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ସମୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *