ନୂଆପଡ଼ା ବିଡିଓଙ୍କୁ ମାଡ଼ । ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ନୂଆପଡ଼ା ବିଡିଓଙ୍କୁ ବିଚରାସ୍ତାରେ ମାଡ଼ । ଏହାପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଡିଓ ରୋହିତ ଭୋଇ । ଆଜି କିଛି ଯୁବକ ବ୍ଲକ କାର୍ଯ୍ୟାଳୟକୁ ଆସି ତାଙ୍କୁ ମାଡ ମାରିଥିବା ଜଣାପଡିଛି।ଏହାପରେ ଅଭିଯୋଗ ଆଧାରରେ ବ୍ଲକ ଅଫିସ୍ ପରିସରରେ SDPO ସହ ପୋଲିସ ପହଞ୍ଚି ପଚରାଉଚରା କରାଯାଇ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ହୋଇଥିଲା । ସୂଚନା ଥାଉକି, ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିଲା ବିବାଦ । ଭଇସାଟାଲ ପଞ୍ଚାୟତ ମୁଖ୍ୟାଳୟରେ ହେବାକୁ ଥିବା ପଞ୍ଚାୟତ ଗୃହ ବାଲୋଦା ଠାରେ ନିର୍ମାଣ ହେଉଥିବାକୁ ନେଇ ବିରୋଧ କରୁଥିଲେ କିଛି ଗ୍ରାମବାସୀ । ଏମିତିକି ହାଇକୋର୍ଟ ଅର୍ଡର ଅନୁସାରେ ଚାଲୁଥିଲା ନିର୍ମାଣ। ଏହାକୁ ବିରୋଧ କରି ଆଜି କିଛି ଯୁବକ ବ୍ଲକ କାର୍ଯ୍ୟାଳୟକୁ ଆସି ତାଙ୍କୁ ମାଡ ମାରିଥିବା ଜଣାପଡିଛି। ଯାହାକୁ ନେଇ ବିଡିଓ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ଏହି ଘଟଣା ପରେ ବ୍ଲକ କର୍ମଚାରୀମାନେ ପ୍ରତିବାଦରେ ଧାରଣା ଦେଇଚନ୍ତି ଏବଂ କଲମ ଡାଉନ ଧର୍ମଘଟ କରିଛନ୍ତି। ସେମାନେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏବଂ ଆକ୍ରମଣକୁ ନିନ୍ଦା କରି ଉନ୍ନୟନ ପ୍ରକଳ୍ପରେ କାମ କରୁଥିବା ସରକାରୀ ଅଧିକାରୀଙ୍କ ପାଇଁ କଠିନ ସୁରକ୍ଷା ବ୍ୟବସ୍ଥା ପାଇଁ ଡାକ ଦେଇଥିଲେ। ଅଧିକାରୀମାନେ ସ୍ପଷ୍ଟ କରିଥିଲେ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲୋଡାରେ ପଞ୍ଚାୟତ କୋଠା ନିର୍ମାଣ କାର୍ଯ୍ୟ କରାଯାଉଥିଲା। କିନ୍ତୁ, କିଛି ଗ୍ରାମବାସୀ ସ୍ଥାନକୁ ବିରୋଧ କରିଥିଲେ, ଯାହା ଫଳରେ ବାରମ୍ବାର ଉତ୍ତେଜନା ସୃଷ୍ଟି ହୋଇଥିଲା। କୋରାପୁଟ ଡିଆଇଜି କେ.ଭି. ସିଂହ ଗିରଫଦାରୀକୁ ନିଶ୍ଚିତ କରିଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ଯେ ପୋଲିସ ମାମଲାର ଅଧିକ ତଦନ୍ତ କରୁଛି। ତଦନ୍ତ ଜାରି ରହିଥିବାରୁ ଅତିରିକ୍ତ ଗିରଫଦାରୀ ହେବାର ସମ୍ଭାବନା ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। Post navigation Shreemayee Target BJD: ଶ୍ରୀମୟୀଙ୍କ ବିଶ୍ବାସଘାତକ ତୀର; ବିଭିନ୍ନ ପ୍ରଶ୍ନ ବାଣରେ ବିଜେଡିକୁ କଲେ ଘାଇଲା