ଡିସେମ୍ୱର ୨୦ରେ ରାଜ୍ୟସଭା ଉପନିର୍ବାଚନ । ୪ ରାଜ୍ୟର ୬ଟି ଆସନ ପାଇଁ ହେବ ଉପନିର୍ବାଚନ । ସେଥିପାଇଁ ଡିସେମ୍ୱର ୩ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଡିସେମ୍ୱର ୧୦ ନାମାଙ୍କନ ଦାଖଲର ଶେଷ ତାରିଖ । ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ । ସୁଜିତ କୁମାରଙ୍କ ଇସ୍ତଫା ପାଇଁ ଖାଲି ହୋଇଛି ଗୋଟିଏ ଆସନ ପାଇଁ ହେବ ଭୋଟିଂ। ସେହିପରି ଆନ୍ଧ୍ରପ୍ରଦେଶରୁ ୩ଟି, ପଶ୍ଚିମବଙ୍ଗ ଓ ହରିଆଣାରେ ଗୋଟିଏ ଲେଖାଏଁ ଖାଲି ପଡ଼ିଛି ଆସନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୁଜିତ କୁମାରଙ୍କ କାର୍ଯ୍ୟକାଳ ପୁରିବା ପୂର୍ବରୁ ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବିଜେପିରେ ସାମିଲ ହୋଇଥିଲେ ସୁଜିତ କୁମାର । ଏହାପରେ ନୂଆଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ପଦ୍ମ ଧରିଥିଲେ ସୁଜିତ କୁମାର । ସୁଜିତଙ୍କୁ ବିଜେପି ପୁଣି ମନୋନୀତ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ଏ ସିଟ ର କାର୍ଯ୍ୟକାଳ ଏପ୍ରିଲ ୨୦୨୬ ରେ ସମାପ୍ତ ହେବ ।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ମୁତାବକ, ଓଡ଼ିଶାର ଗୋଟିଏ ସମେତ ୬ଟି ରାଜ୍ୟସଭା ଆସନରେ ହେବ ବାଇ ଇଲେକ୍ସନ । ଡିସେମ୍ବର ୩ ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଡିସେମ୍ବର ୧୦ ତାରିଖ ସୁଦ୍ଧା ଆଶାୟୀ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାପରେ ଡିସେମ୍ବର ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଆଉ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଏହାପରେ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ପଡିବ ।

Leave a Reply

Your email address will not be published. Required fields are marked *