Notification issued for 12 new NAC in Odisha
ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୭ଟି ଜିଲ୍ଲାରେ ୧୨ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
 
ଏହି ନୋଟିସରେ ଅନୁଗୁଳଜିଲ୍ଲା ପାଳଲହଡ଼ା, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ବାଲେଶ୍ୱର ଜିଲ୍ଲା ବସ୍ତା ଓ ସିମୁଳିଆ, ମୟୂରଭଂଜ ଜିଲ୍ଲା ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡ଼ା ଜିଲ୍ଲା ବିଶମକଟକ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଓ ବାମରା, ଭଦ୍ରକ ଜିଲ୍ଲା ତିହିଡ଼ି ଓ ଧୁଷୁରୀ ସାମିଲ ରହିଛି ।
 
ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ୧୨ଟି ସ୍ଥାନକୁ ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
notification-issued-for-12-new-nac-in-odisha

By Nirvay

Leave a Reply

Your email address will not be published. Required fields are marked *