notice-to-ramakrushna-das-mahapatra over ‘Nabakalebara’ wood
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ତଦନ୍ତ ନିର୍ଦ୍ଦେଶ ଅନୁଯାୟୀ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍ ହୋଇଥିବା ସୂଚନା ମିଳିଛି । ବଙ୍ଗୀୟ ଚ୍ୟାନେଲକୁ ମନ୍ତବ୍ୟ ନେଇ ରାମକୃଷ୍ଣଙ୍କୁ ଶ୍ରମନ୍ଦିରର ମୁଖ୍ୟ ପ୍ରଶାସକ ପଚରାଉଚରା କରିବାର ସମ୍ଭାବନା ଅଛି ।
 
ଦାରୁଗୃହର ଚାବି କାହା ପାଖରେ ଥିଲା, କେତେ ଦାରୁ ଥିଲା ପଚରାଯିବ । କାଲି ପୂର୍ବାହ୍ନରେ ପଚରାଉଚରା ନେଇ ସମୟ ଧାର୍ଯ୍ୟ ସୂଚନା ମିଳିଛି । ଏନେଇ ରାମକୃଷ୍ଣ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନି ।
 
ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ରାମକୃଷ୍ଣ କହିଥିଲେ ଯେ, ପୁରୀ ମନ୍ଦିର ନବକଳେବର ସମୟରେ ବଳିଯାଇଥିବା କାଠରେ ଦୀଘା ମନ୍ଦିର ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି । ତେବେ ସେ ପୁରୀରେ ଆସିବା ପରେ କଥା ବଦଳାଇ ଏହାକୁ ଖଣ୍ଡନ କରିଛନ୍ତି । ଏ ସଂପର୍କିତ ଖବର ପ୍ରକାଶ ପାଇବା ପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ।
 
ସୂଚନା ଅନୁଯାୟୀ, ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ନେଇ ଦ୍ଵନ୍ଦାତ୍ମକ ତଥ୍ୟ ପାଇଁ ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତ ନିଯୋଗ ସଭାପତି/ସମ୍ପାଦକଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି କାଲି ଅପରାହ୍ନ ୫ଟା ସୁଦ୍ଧା ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *