ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପୁଣି ଦିଆଗଲା ନୋଟିସ । ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଆଉ ଏକ କୈଫିୟତ୍ ତଲବ ନୋଟିସ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୨ ଦିନ ମଧ୍ୟରେ କୈଫିୟତ୍ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନମିଳିଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି ନୋଟିସରେ କୁହାଯାଇଛି ।

ନୋଟିସରେ କୁହାଯାଇଛି ଯେ, ଦୀଘା ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ରାମକୃଷ୍ଣ ଦାସ ମହାପାତ୍ର ଯୋଗଦାନ କରି ସେବକ ଦଳର ନେତୃତ୍ବ ନେଉଥିବା ଚିତ୍ର ତଥା ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଅଛି । ମହାପ୍ରଭୁଙ୍କ ଜଣେ ବରିଷ୍ଠ ଦଇତାପତି ସେବକ ଭାବେ ଏସମ୍ପର୍କରେ ଅବଗତ ଥାଇ ମଧ୍ୟ ଜଗନ୍ନାଥଧାମ- ଦୀଘା ନାମିତ ଏକ ମନ୍ଦିରର କାର୍ଯ୍ୟକ୍ରମକୁ ଶ୍ରୀମନ୍ଦିର ସେବକ ଭାବେ କାହିଁକି ଯୋଗଦେଲେ ଏବଂ ସେତେବେଳେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତାମାନଙ୍କୁ ଏହାର ପ୍ରତିବାଦ କରିଥିଲେ ନା ନାହିଁ, ସେନେଇ କୈଫିୟତ୍ ରଖିବାକୁ ନୋଟିସରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *