ସିକ୍କିମରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ୧୧ ନିଖୋଜ ଘଟଣା । ନଦୀରେ ଗାଡ଼ି ପଡ଼ିବା ପରଠୁ ପର୍ଯ୍ୟଟକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଡ୍ରାଇଭରଙ୍କ ସମେତ ବାକି ୯ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଖରାପ ପାଗ ଏବଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି । ତେବେ ନନ୍ ଷ୍ଟପ୍ ସର୍ଚ୍ଚ ଅପରେସନ ଚାଲିଥିବା ମାଙ୍ଗନ ଏସ୍ପି କହିଛନ୍ତି । ନନ୍ ଷ୍ଟପ୍ ସର୍ଚ୍ଚ ଅପରେସନ ପାଇଁ SDM ଓ SDPOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ରୋଡ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ପରିବାର ସହ ସିକ୍କିମ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶୀକାର ହୋଇ ନିଖୋଜ ଅଛନ୍ତି । ଗାଡ଼ି ନିକଟରେ ମଧ୍ୟ କୌଣସି ମୃତଦେହ ମିଳି ନଥିବା ସୂଚନା ମିଳିଛି । Post navigation ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ – ୨୦୨୫ ରେ ଓଡ଼ିଆ ଖେଳାଳିଙ୍କ କମାଲ ରାଜ୍ୟରେ ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ!