ବାଂଲାଦେଶୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ ଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାକୁ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ। କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ ।ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି। ବିଭିନ୍ନ ଏଜେନ୍ସିରେ କାମ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ। ରାଜ୍ୟରେ ଅବୈଧ ଭାବରେ ରହୁଥିବା ସନ୍ଦେହ କରାଯାଉଥିବା ବ୍ୟକ୍ତିବିଶେଷଙ୍କ ପରିଚୟ ଏବଂ ଜାତୀୟତା ଯାଞ୍ଚ କରିବା ପାଇଁ ବିଭିନ୍ନ ସଂସ୍ଥା, ବିଶେଷକରି ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେଉଥିବା ସଂସ୍ଥାଗୁଡ଼ିକ ଯାଞ୍ଚ କରୁଛନ୍ତି । ସରକାର ଏ କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବୈଧ ଆଇନଗତ ସ୍ଥିତି ବିନା ରହୁଥିବା କୌଣସି ବିଦେଶୀ ନାଗରିକଙ୍କୁ ଓଡ଼ିଶାରେ ରହିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼ ପାଇଁ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ନୋଡାଲ ଏଜେନ୍ସିକୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଡିଆଇଜି ପିନାକ ମିଶ୍ର । ସେ କହିଛନ୍ତି ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ ଓ ସମସ୍ତ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ତଟବର୍ତ୍ତୀ ଜିଲ୍ଲାଗୁଡ଼ିକ ବାଂଲାଦେଶୀଙ୍କ ହଟ୍ ସ୍ପଟ୍ ପାଲଟିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଗଜତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲା ଫୋକସରେ ରହିଛି । ଓଡ଼ିଶାର ସୀମା ପଶ୍ଚିମବଙ୍ଗ ସହିତ ରହିଛି ଏବଂ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମା ପରସ୍ପରକୁ ସଂଯୋଗ କରୁଛନ୍ତି । ତେଣୁ ଜଳପଥ କିମ୍ବା ସଡ଼କ ପଥରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । Post navigation ଭୁଟାନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ; ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ଵ କରିବେ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ଏସଆଇଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ