ଶୁକ୍ରବାର ଦିନ ଓଡ଼ିଶାରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟସଭା ନିର୍ବାଚନ ପାଇଁ ୬ ଜଣ ନାମାଙ୍କନ ଭରିଥିବା ବେଳେ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି । ଯାଞ୍ଚ ପରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର । ଏବଂ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି ।

୫ ଜଣ ପ୍ରାର୍ଥୀ ଯଥା ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ କମନ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଏବଂ ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ୍ କୁମାର ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପ୍ରାର୍ଥିପତ୍ର କାଏମ ରହିଲା । ସେପଟେ ତେଲେଙ୍ଗାନାରୁ ନାମାଙ୍କନ ଭରିଥିବା କାନ୍ତେ ସାୟାନାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । କେହି ପ୍ରସ୍ତାବକ ନଥିବାରୁ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି ।

ସୂଚନା ଯୋଗ୍ୟ; ରାଜ୍ୟ ସଭା ନିର୍ବାଚନ ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବାକୁ ଯାଉଛି କାରଣ ରାଜ୍ୟର ଚାରି ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ସେଥିପାଇଁ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ୫ ପ୍ରାର୍ଥୀ । ବିଜେପିରୁ ୨, ବିଜେଡିରୁ ଜଣେ ଏବଂ ଚତୁର୍ଥ ଆସନ ପାଇଁ ୨ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁଜିତ୍ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର ନିଜ ନିଜର ନାମାଙ୍କନ ଦାଖଲ କରିଥିଲେ । ସେହିଭଳି ଚତୁର୍ଥ ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା ଓ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରିଥିଲେ । ମନମୋହନ ସାମଲ ଓ ସୁଜିତ୍‌ କୁମାରଙ୍କ ନାମାଙ୍କନ ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶେଷରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ଦିଲ୍ଲୀପ ରାୟ । ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରିଛି । ମନମୋହନ ଓ ସୁଜିତ କୁମାର ଦୁଇ ସେଟ୍ ଲେଖାଏଁ ଫର୍ମ ଭରିଥିବା ବେଳେ ଦିଲ୍ଲୀପ ରାୟ ୩ ସେଟ୍ ନାମାଙ୍କନ ଭରିଥିଲେ ।

ରାଜ୍ୟସଭା ନିର୍ବାଚନ ସୂତ୍ର ଅନୁସାରେ, ଏକ ଆସନ ଜିତିବା ପାଇଁ, ଜଣେ ପ୍ରାର୍ଥୀଙ୍କୁ ଅତି କମରେ ୩୦ ପ୍ରଥମ ପସନ୍ଦର ଭୋଟ ଆବଶ୍ୟକ। ୮୨ ବିଧାୟକଙ୍କ ସମର୍ଥନ ସହିତ ବିଜେପି ଆରାମରେ ଦୁଇଟି ଆସନ ଜିତିବାକୁ ପ୍ରସ୍ତୁତ ।

Leave a Reply

Your email address will not be published. Required fields are marked *