ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ରତନ ଟାଟାଙ୍କ ବିୟୋଗ ପରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନୋଏଲ ଟାଟା ନିଯୁକ୍ତ । ୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନିଯୁକ୍ତ କରାଯାଇଛି । ନୋଏଲଙ୍କୁ ଟାଟା ଗ୍ରୁପ୍‌ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚାରିଟେବୁଲ ଅନୁଷ୍ଠାନ ସାର୍‌ ରତନ ଟାଟା ଟ୍ରଷ୍ଟ ଏବଂ ସାର୍‌ ଦୋରାବଜୀ ଟାଟା ଟ୍ରଷ୍ଟର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ସେ ଟ୍ରଷ୍ଟି ଭାବରେ ଏହି ଅନୁଷ୍ଠାନଗୁଡ଼ିକରେ ଜଡ଼ିତ ଥିଲେ । ବର୍ତ୍ତମାନ ତାଙ୍କୁ ଟାଟା ଟ୍ରଷ୍ଟର ଚେୟାରମ୍ୟାନ ନିଯୁକ୍ତ କରାଯାଇଛି ।

ସୂଚନା ମୁତାବକ; ରତନ ଟାଟାଙ୍କ ଦେହାନ୍ତ ପରେ କିଏ ତାଙ୍କ ୧୩ ଟି ଟ୍ରଷ୍ଟର ଅଧ୍ୟକ୍ଷ ହେବ ସେନେଇ କଳ୍ପନା-ଜଳ୍ପନା ଲାଗି ରହିଥିଲା। ସେଥିପାଇଁ ମୁମ୍ବାଇରେ ଟ୍ରଷ୍ଟ ବୋର୍ଡର ଏକ ବୈଠକ ହୋଇଥିଲା । ଏହି ବୈଠକରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନ କରାଯାଇଛି । ବୈଠକରେ ସମସ୍ତଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *