୨୦୨୪ ପାଇଁ ମେଡିସିନ କ୍ଷେତ୍ରରେ ୨ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ। ଆରଏନଏ ଆବିଷ୍କାର ପାଇଁ ଉଭୟଙ୍କୁ ନୋବେଲ ପୁରସ୍କାରରେ ସମ୍ମାନୀତ କରାଯିବା ନେଇ ଘୋଷଣା କରାଯାଇଛି । ମାଇକ୍ରୋଆରଏନଏ ଏବଂ ଟ୍ରାନ୍ସକ୍ରିପସନ୍ ଜିନ୍ ନିୟନ୍ତ୍ରଣ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପାଇବେ ଏହି ଦୁଇ ବୈଜ୍ଞାନିକ । କାରୋଲିନସ୍କା ଇନଷ୍ଟିଚ୍ୟୁଟ ସ୍ଥିତ ନୋବେଲ ଆକାଡେମୀ ତରଫରୁ ଏହି ଘୋଷଣା କରାଯାଇଛି । ମାଇକ୍ରୋ ଆରଏନଏ ଉପରେ କରାଯାଇଥିବା ଏହି ରିସର୍ଚ୍ଚ ଜରିଆରେ ଜିନ୍ ମାନବ ଶରୀରରେ କିପରି କାମ କରୁଛି ଏବଂ ଏହା ମଣିଷ ଶରୀରର ବିଭିନ୍ନ ଟିସୁଙ୍କୁ କିପରି ଜନ୍ମ ଦେଇଥିବା ତାହା ଉଜାଗର କରାଯାଇଛି । ବିଜେତାଙ୍କୁ ଏଥିପାଇଁ ପୁରସ୍କାର ଆକାରରେ ୧୧ ମିଲିୟନ ସ୍ୱେଡିଶ କ୍ରାଉନ୍ସ ବା ୧.୧ ମିଲିୟନ ଡଲାର ରାଶି ପ୍ରଦାନ କରାଯିବ । ଗତ ବର୍ଷ ଅର୍ଥାତ୍ ୨୦୨୩ରେ କାଟାଲିନ କାରିକୋ ଏବଂ ଡ୍ରୁ ୱିସମ୍ୟାନଙ୍କୁ ମେଡିସିନ୍ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। Post navigation ନବରଙ୍ଗପୁରରର କୌଣସି ବିଦ୍ୟାଳୟରେ ଅନ୍ୟ ଜିଲ୍ଲା ଶିକ୍ଷକ ଜଏନ୍ କରିବାକୁ ମନା ! ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ ଘଟଣା: ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ