ଓଡ଼ିଶା ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା । ଓଡ଼ିଶା ମେଟ୍ରୋ ପାଇଁ କେନ୍ଦ୍ରକୁ ଯାଇନି ପ୍ରସ୍ତାବ । ଏ ନେଇ ଆଜି ସଂସଦରେ ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ସେ କହିଛନ୍ତି କେନ୍ଦ୍ରକୁ ୧୭ଟି ପ୍ରସ୍ତାବ ଯାଇଛି । ପ୍ରସ୍ତାବ ଆସିଥିବା ବିଭିନ୍ନ ରାଜ୍ୟକୁ କେନ୍ଦ୍ର ଅନୁଦାନ ଦେଇଛନ୍ତି । କିନ୍ତୁ ସେହି ସବୁ ରାଜ୍ୟ ମଧ୍ୟରେ ଓଡ଼ିଶା ନଥିବା ଜଣାପଡ଼ିଛି । ମନ୍ତ୍ରୀ ଦେଇଥିବା ତାଲିକାରେ ଓଡ଼ିଶା ମେଟ୍ରୋ ପ୍ରକଳ୍ପ ର କୌଣସି ନାଁ ନାହିଁ । ଏହା ପରେ ମେଟ୍ରୋ ସ୍ବପ୍ନକୁ ଅନିଶ୍ଚିତତା ଘେରକୁ ଯାଉଚି ବୋଲି ମନେ ହେଉଛି । କେନ୍ଦ୍ରକୁ ଆସିଥିବା ୧୭ଟି ମେଟ୍ରୋ ଗୁଡ଼ିକ ହେଲା:- ୧- ପୁଣେ ମେଟ୍ରୋ ଲାଇନ III (ହିଞ୍ଜେୱାଡିରୁ ଶିବାଜୀ ନଗର) ୨- ଦିଲ୍ଲୀ ମେଟ୍ରୋ ପର୍ଯ୍ୟାୟ IV (୩ ପ୍ରାଥମିକତା କରିଡର) ୩- କାନପୁର ମେଟ୍ରୋ ରେଳ ପ୍ରକଳ୍ପ ୪- ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପ ୫- ବାଙ୍ଗାଲୋର ମେଟ୍ରୋ ରେଳ ପ୍ରକଳ୍ପ ପର୍ଯ୍ୟାୟ ୨A ଏବଂ ୨B ୬- କୋଚି ମେଟ୍ରୋ ପର୍ଯ୍ୟାୟ ୧A ୭- କୋଚି ମେଟ୍ରୋ ପର୍ଯ୍ୟାୟ II ୮- ନାଗପୁର ମେଟ୍ରୋ ପର୍ଯ୍ୟାୟ II ୯- ମିଲେନିୟମ୍ ସିଟି ସେଣ୍ଟରରୁ ସାଇବର ସିଟି ଗୁରୁଗ୍ରାମ ୧୦- ପୁଣେ ମେଟ୍ରୋ ପର୍ଯ୍ୟାୟ ୧ର କରିଡର ୧ର ସମ୍ପ୍ରସାରଣ-PCMC- ନିଗଡି ୧୧- ଦିଲ୍ଲୀ ମେଟ୍ରୋ ପର୍ଯ୍ୟାୟ IV (୨ ବାଲାନ୍ସ କରିଡର) ୧୨- ବାଙ୍ଗାଲୋର ମେଟ୍ରୋ ରେଳ ପ୍ରକଳ୍ପ ପର୍ଯ୍ୟାୟ ୩ ୧୩- ଥାନେ ଇଣ୍ଟିଗ୍ରାଲ ମେଟ୍ରୋ ରେଳ ପ୍ରକଳ୍ପ ୧୪- ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ପର୍ଯ୍ୟାୟ ୧ ସ୍ୱର୍ଗଗେଟରୁ କଟରାଜ ପର୍ଯ୍ୟନ୍ତ ସମ୍ପ୍ରସାରଣ ୧୫- ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ପର୍ଯ୍ୟାୟ II ୧୬- ଦିଲ୍ଲୀ ମେଟ୍ରୋ ରିଥାଲା କୁଣ୍ଡଲି ୨୭- ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ | Post navigation ଖୋର୍ଦ୍ଧାରେ ବାର୍ଡଫ୍ଲୁ ଚିହ୍ନଟ ବୁଢ଼ା ବାପା-ମା’ଙ୍କ ସେବା କରିବା ପାଇଁ ମିଳିବ ୩୦ ଦିନ ଛୁଟି