ପାକିସ୍ତାନୀ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ପ୍ରତି ଦିନ ନୂଆ ନୂଆ ଖୁଲାସାରେ ହେବାରେ ଲାଗିଛି । ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ୍ସ(ପିଆଇଓ)ର ଅଧିକାରୀଙ୍କ ସହ ସୂଚନା ଆଦାନ ପ୍ରଦାନ କରୁଥିବାକୁ ନେଇ ଜ୍ୟୋତିଙ୍କ ବିରୋଧରେ ଅଭିଯୋଗ ରହିଥିବା ବେଳେ ଏବେ ପର୍ଯ୍ୟନ୍ତ କେଉଁ ପ୍ରକାରର ସୂଚନା ଆଦାନ ପ୍ରଦାନ ହେଉଥିଲା ତାହାକୁ ନେଇ ପୋଲିସ କିମ୍ବା ତଦନ୍ତକାରୀ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇ ନାହି । ପାଞ୍ଚ ଦିନର ରିମାଣ୍ଡ ଅବଧିରେ ଜ୍ୟୋତିଙ୍କ ଆତଙ୍କୀ ସଂଗଠନ ସଂପର୍କ ଥିବାର ଏ ପର୍ଯ୍ୟନ୍ତ ପୋଲିସକୁ ଏମିତି କୌଣସି ପ୍ରମାଣ ମିଳନାହିଁ । ଏହା ସହ ହିସାର ପୋଲିସ ଏସପି ଶଶାଙ୍କ କୁମାର ସାବନ ପ୍ରେସ ବିବୃତି ଜାରି କରି ମିଡିଆରେ ଚାଲିଥିବା ଭ୍ରାମକ ଖବରରୁ ନିବୃତ୍ତ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ମିଡିଆଙ୍କୁ ସେ ଅନୁରୋଧ କରିଛନ୍ତି ଯେ, ଆନୁଷ୍ଠାନିକ ସୂଚନା ମିଳିବା ପରେ ହିଁ ସତ୍ୟ ଖବର ପ୍ରସାରଣ କରନ୍ତୁ । ଜାରି ହୋଇଥିବା ପ୍ରେସ୍ ବିବୃତିରେ ପୋଲିସ କହିଛି ଯେ, ଏ ପର୍ଯ୍ୟନ୍ତ ସୈନ୍ୟ, ପ୍ରତିରକ୍ଷା କିମ୍ବା ରାଜନୈତିକ ସୂଚନା ନେଣଦେଣ କରୁଥିବାର ଜ୍ୟୋତିଙ୍କ ବିରୋଧରେ କୌଣସି ସାକ୍ଷ୍ୟ ପ୍ରମାଣ ମିଳିନାହିଁ । ଜ୍ୟୋତି ମାଲହୋତ୍ରାଙ୍କଠୁ ପୋଲିସ ଏକ ଲ୍ୟାପଟପ ଓ କିଛି ଇଲେକ୍ଟ୍ରୋନିକ ଉପକରଣ ଜବତ କରିଛି । କୁରୁକ୍ଷେତ୍ରର ହରକିତ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପଚରା ଉଚୁରା ପାଇଁ ଡକା ଯାଇଥିଲା । ଅଭିଯୁକ୍ତ ଜ୍ୟୋତି ହିସାର ପୋଲିସର ହେପାଜତରେ ରହିଛି । କିଛି ଏଜେନ୍ସି ବେଳେ ବେଳେ ପଚରା ଉଚୁରା କରୁଛନ୍ତି । କୌଣସି ତଦନ୍ତ ଏଜେନ୍ସିକୁ ଜ୍ୟୋତିଙ୍କୁ ହସ୍ତାନ୍ତର କରାଯାଇ ନାହିଁ । ଏହା ସହ ପୋଲିସ କହିଛି ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ବହୁତ ତଥ୍ୟହୀନ ଖବର ପ୍ରସାରଣ କରାଯାଉଛି । ତଥ୍ୟହୀନ ଖବର କେବଳ ତଦନ୍ତକୁ ପ୍ରଭାବିତ କରେ ନାହିଁ ବରଂ ସିଧାସଳଖ ରାଷ୍ଟ୍ରୀୟ ସୁରକ୍ଷାକୁ ବି ପ୍ରଭାବିତ କରିଥାଏ । ଅନ୍ୟପଟେ ପୁଣି ରିମାଣ୍ଡରେ ଯାଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା । ଜ୍ୟୋତିଙ୍କୁ ହିସାର ଜିଲ୍ଲା କୋର୍ଟରେ ହଜାର କରାଯାଇଥିଲା । ହେଲେ ହରିଆଣାର ହିସାର ପୋଲିସ ଆଉ ୪ ଦିନ ପାଇଁ ରିମାଣ୍ଡରେ ନେଇଛି । ପୂର୍ବରୁ ୫ଦିନ ପାଇଁ ତାଙ୍କୁ ରିମାଣ୍ଡରେ ନେଇ ପୋଲିସ ଗୁଡ଼େଇତୁଡ଼େଇ ଜେରା କରିଥିଲା । ଆଜି ତାଙ୍କୁ ହିସାର ଜିଲ୍ଲା କୋର୍ଟରେ ହାଜର କରାଯିବା ପରେ ପୁଣି ୪ ଦିନ ରିମାଣ୍ଡ ପାଇଁ ପୋଲିସକୁ ଅନୁମତି ମିଳିଛି । Post navigation ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି; ଘରେ ପଶିଲେ ଅଜଣା ପୁରୁଷ ଏବଂ ମହିଳା କଳିଙ୍ଗନଗରଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ