ଓଡ଼ିଶାରେ ଭୂମିହୀନ ଓ ବାସହୀନ ଥିବା ଲୋକକୁ ମିଳିବ ଜମି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଗ୍ରାମାଞ୍ଚଳରେ ବର୍ଷବର୍ଷ ଧରି ସରକାରୀ ଜାଗାରେ ରହିବା ସତ୍ତ୍ୱେ ଭୂମିହୀନ ଗରିବଙ୍କୁ ଦିଆଯିବ ଜମି । ଯେଉଁମାନଙ୍କର ବର୍ଷିକ ଆୟ ଲକ୍ଷ ଟଙ୍କା ରହିଥିବ, ସେମାନଙ୍କୁ ୪ ଡିସିମିଲ୍‌ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ। ଭୂମିହୀନ ଓ ବାସହୀନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି ।ଯେଉଁ ଗରିବମାନେ ସରକାରୀ ଜାଗାରେ ଘର କରି ରହୁଥିବେ, ଯଦି ସେହି ଜାଗା ଆପତ୍ତିଜନକ ନଥିବ, ତାହାହେଲେ ସେଥିରୁ ୪ ଡିସିମିଲ୍‌ ଜାଗାର ପଟ୍ଟା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ଯଦି ସେହି ଜାଗା ଆପତ୍ତି ଥିବ, ତାହାହେଲେ ସେମାନଙ୍କୁ ଅଣ ଆପତ୍ତି ଜନକ ୪ ଡିସିମିଲ୍‌ ଜମି ଯୋଗାଇ ଦିଆଯିବ। ଏହା ସହ ସହରାଞ୍ଚଳରେ ବସ୍ତି ବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦିଆଯାଉଛି । ସହରାଞ୍ଚଳରେ ବିଭିନ୍ନ ବସ୍ତିରେ ବସବାସ କରୁଥିବା ଭୂମିହୀନଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ସେମାନଙ୍କୁ ଖୁବ୍‌ଶୀଘ୍ର ପୋଜେସନ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରାଯାଉଛି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏହି ସବୁ ସର୍ଭେ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୫ ବର୍ଷ ପରେ ଓଡ଼ିଶାରେ ଭୂମିହୀନ ଓ ବାସହୀନ କେହିନଥିବେ। ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ ।

Leave a Reply

Your email address will not be published. Required fields are marked *