ଏଥର ସାବାଡ଼ ହେବେ ମଦ୍ୟପ। ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏ ଦିଗରେ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଚୋରା ମଦ ବିକ୍ରି ବନ୍ଦ କରାଯିବାକୁ ପଦକ୍ଷେପ ନିଆଯାଉଛି।ଆଗରୁ ଯେଉଁ ମଦନୀତି ଥିଲା, ତାହାକୁ ସାବଲୀଳ କରାଯିବ। ଆଗାମୀ ଦିନରେ ଚୋରା ଚୋରା ମଦ ଚାଲାଣ ଓ ନକଲି ମଦ ବିକ୍ରି କ୍ଷେତ୍ରରେ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ନୂଆ ମଦ ନୀତିରେ ଓଡ଼ିଶାରେ ଚୋରା ମଦ ସଂପୂର୍ଣ୍ଣ ବନ୍ଦ ହେବ ବୋଲି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *