ରାଜ୍ୟରେ ପ୍ରତିଷ୍ଠା ହେବ ନାହିଁ ହାଇକୋର୍ଟ ବେଞ୍ଚ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନ ହେବ ଦାବି କରିଆସୁଛନ୍ତି ପଶ୍ଚିମ ଓଡ଼ିଶାବାସୀ। ଏନେଇ ଅନେକ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ହୋଇଥିଲା। କିନ୍ତୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନ ହେବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ବିଧାନସଭାରେ ବିଧାୟକ କଳିକେଶ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି ? ଉତ୍ତର ‘ହଁ’ ହେଲେ ସେ ଦିଗରେ କି ପଦକ୍ଷେପ ନିଆଯାଉଅଛି ? ଏହାର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ । Post navigation ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ ଆପ୍ ବିଧାୟକ ଅମାନତୁଲ୍ଲା ଖାନ ଗିରଫ