No flood-like situation in Odisha-Water Resources Dpt
ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ସୂଚନା ଦେଇଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁସାରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ ବୋଲି ସେ କହିଛନ୍ତି ।
 
କାଲି ୪୯ ବ୍ଲକ ମୁଖ୍ୟାଳୟରେ ୫୦ମିମି ଓ କାଲିମେଳାରେ ୧୦୦ ମିମି ବର୍ଷା ହୋଇଛି ବର୍ଷା ଯୋଗୁଁ ଜଳସ୍ତର ବଢୁଛି । ହେଲେ ବିପଦ ସଂକେତ ଉପରେ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
 
ଯେହେତୁ ଜଳସ୍ତର ବଢୁଛି, ମହାନଦୀ ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରଟପଳା ପାଇଁ ସତର୍କତା ରହିଛି । ସେହିପରି ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ମଧ୍ୟ ବଢ଼ୁଛି । ସୁକତେଲ, ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଲ ଓ ମୁଣ୍ଡଳୀରେ ଜଳସ୍ତର ବଢ଼ିଛି । ହେଲେ ବିପଦ ସଙ୍କେତ ତଳେ ଅଛି ବୋଲି ସେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *