ଆଗୁଆ ନୁହେଁ, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢୀ । ସେ ଆହୁରି କହିଛନ୍ତି ଯେ ସମୟ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ହେବ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି । ସବଡିଭିଜନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବୁଥ୍ ଓ ବାଲାଟ୍ ପେପର ଭଳି ଆବଶ୍ୟକୀୟ ଜିନିଷ ଉପରେ ସବିଶେଷ ଆଲୋଚନା ହୋଇଥିବା ରାଜ୍ୟ ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଉପନିର୍ବାଚନ ନେଇ କୌଣସି ଆଲୋଚନା ହୋଇନଥିବା କଥା ସେ କହିଛନ୍ତି । ସମୟ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ଆଗୁଆ ନିର୍ବାଚନକୁ ସେ ଅଗ୍ରାହ୍ୟ କରିଛନ୍ତି । ସୂଚନା ଯୋଗ୍ୟ; ବିଜେପି ରାଜ୍ୟ ସଭାପତି ମନମୋହନ ସାମିଲ ଗତକାଲି ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ ସଙ୍କେତ ଦେଇଥିଲେ। ଯାହାକୁ ନେଇ ରାଜ୍ୟରେ ବଢ଼ିଯାଇଥିଲା ନିର୍ବାଚନୀ ପାରା । ଗତକାଲି ମନମୋହନ କହିଥିଲେ ଛଅ ମାସ ପରେ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହୋଇପାରେ ।ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ଅଛି । ସରପଞ୍ଚ ଓ ସମିତି ସଭ୍ୟମାନେ ଏଇ ୬ ମାସ ଭିତରେ ଅଧୁରା କାମ କରି ଦିଅନ୍ତୁ । ଲୋକଙ୍କ ପାଇଁ ନିରନ୍ତର କାମ କରନ୍ତୁ । ଆସନ୍ତା ନିର୍ବାଚନରେ ସବୁ ବ୍ଲକ୍ରେ ଜିତିବାକୁ ପଡ଼ିବ । ଏହାପରେ ଆଜି ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ ରବିବାର ସ୍ପଷ୍ଟ କରିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ କରାଯିବ ନାହିଁ ଏବଂ ନିର୍ଦ୍ଧାରିତ ପାଞ୍ଚ ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପରେ ହିଁ ଅନୁଷ୍ଠିତ ହେବ। ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥା ନିର୍ବାଚନର ସମୟକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। Post navigation Tall Man Naveen Becomes Dwarf: ଡେଙ୍ଗା ମଣିଷକୁ ବାମନ କରିଦେଲା କିଏ ?