ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେବେନି କଟକଣା ହଟିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇ ‘ନୋ ଡିଟେନ୍ସନ ପଲିସି’ ରଦ୍ଦ କରିଦେଇଛି ।ଏନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର । ସେ କହିଛନ୍ତି ଏବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ । ଅସଫଳ ଛାତ୍ରଛାତ୍ରୀମାନଙ୍କୁ ୨ ମାସ ଭିତରେ ପୁନଃ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ରିଟେଷ୍ଟରେ ଉତ୍ତୀର୍ଣ୍ଣ ନ ହେଲେ ସେହି ପୁରୁଣା ଶ୍ରେଣୀରେ ରହିବେ। ପରବର୍ତ୍ତୀ ଶ୍ରେଣୀକୁ ସେମାନେ ଯାଇପାରିବେ ନାହିଁ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ବି ବିଦ୍ୟାର୍ଥୀଙ୍କୁ ସ୍କୁଲରୁ ନିଷ୍କାସିତ କରାଯିବ ନାହିଁ । ଏହା ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ । Post navigation ରୁବେନ୍ ବାନାର୍ଜୀଙ୍କ ବହିକୁ ନେଇ ରାଜନୀତି; ବିରୋଧୀଙ୍କ ମତକୁ ନେଇ ଲେଖାଯାଇଛି ବହି: ବିଜେଡି ରୋଜଗାର ମେଳା ମାଧ୍ୟମରେ ଓଡ଼ିଶାର ୪୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ