ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନୀତୀଶ କୁମାର । ବିହାର ଜେଡିୟୁ ଦଳ ଶେଷରେ ନୀତୀଶ କୁମାରଙ୍କ ନାମରେ ବିଧିବଦ୍ଧଭାବେ ମୋହର ମାରିଛି । ଆଜି ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ ନେତା ନିର୍ବାଚିତ ହୋଇଛନ୍ତି । ଏହାପରେ କାଲି ଦିନ ୧୧ଟା ୩୦ରେ ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର ।

ଏପଟେ ବିଜେପି ବିଧାୟକ ଦଳ ନେତା ହୋଇଛନ୍ତି ସମ୍ରାଟ ଚୌଧୁରୀ । ତାଙ୍କୁ ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ କରାଯାଇଛି । ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ବିହାର ଉପମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୋଲି ସୂଚନା ମିଳିଛି ।

ସୂଚନା ଯୋଗ୍ୟ; ଆସନ୍ତାକାଲି ପାଟନା ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପୂର୍ବାହ୍ନ ସାଢ଼େ ୧୧ଟାରେ ନୀତୀଶ ୧୦ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ । ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶପଥ ପାଠ କରାଇବେ ।

Leave a Reply

Your email address will not be published. Required fields are marked *