ଦାୟିତ୍ବ ନେଲେ ନିତିନ ନବୀନ । ଦିଲ୍ଲୀ ବିଜେପି ମୁଖ୍ୟାଳୟ ଯାଇ ଦାୟିତ୍ବ ନେଲେ ନିତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଶାହଙ୍କ ଉପସ୍ଥିତିରେ ବିଜେପି ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦେଇଛନ୍ତି ନିତିନ ନବୀନ। ଜେପି ନଡ୍ଡା ଓ ଅମିତ୍ ଶାହ ନିତିନ ନବୀନଙ୍କୁ ଚୌକିରେ ବସାଇ ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ପାର୍ଟିର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତି ଥିଲେ ।

ବିଜେପି ସଂସଦୀୟ ବୋର୍ଡ ରବିବାର ନବୀନଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିଲା, ଯାହା ତୁରନ୍ତ ପ୍ରଭାବରେ କାର୍ଯ୍ୟକାରୀ ହେବ। ଦଳୀୟ ସୂତ୍ର ଅନୁଯାୟୀ ତାଙ୍କ ପଦୋନ୍ନତି ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପଦକ୍ଷେପ, ଆଗାମୀ ମାସଗୁଡ଼ିକରେ ଦଳର ନେତୃତ୍ୱ ପରିବର୍ତ୍ତନରେ ନବୀନ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ନିତିନ ନବୀନ ୨୬ ବର୍ଷ ବୟସରେ ବିଧାୟକ ହୋଇଥିଲେ ଏବଂ ୪୫ ବର୍ଷ ବୟସରେ ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ନିତିନ ନବୀନ ବାଙ୍କିପୁର ବିଧାନସଭା ଆସନରୁ ଲଗାତାର ପାଞ୍ଚ ଥର ବିଧାୟକ ଅଛନ୍ତି । ୨୦୦୬ରେ ପ୍ରଥମ ଥର ବିଧାୟକ ହୋଇଥିଲେ । ୨୦୨୧ରେ ପ୍ରଥମ ଥର ନୀତୀଶ ସରକାରରେ ମନ୍ତ୍ରୀ ହୋଇଥିଲା । ସଡ଼କ ନିର୍ମାଣ ମନ୍ତ୍ରୀ ଭାବରେ ସେ ଜଣେ ଯୁବ, ଉର୍ଜାବାନ ଏବଂ ପରିଶ୍ରମୀ ନେତା ଭାବରେ ନିଜ ପରିଚୟ ସୃଷ୍ଟି କରିଛନ୍ତି ।

Leave a Reply

Your email address will not be published. Required fields are marked *