ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଦୁବେଙ୍କ ମନ୍ତବ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଛି କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ ଏହା “ସମ୍ପୂର୍ଣ୍ଣ ଭାବରେ ତାଙ୍କର ବ୍ୟକ୍ତିଗତ ମତ” ଏବଂ ସରକାରଙ୍କ ମତାମତକୁ ପ୍ରତିଫଳିତ କରେ ନାହିଁ। ଏପରି ମନ୍ତବ୍ୟ ଅତ୍ୟନ୍ତ ଅନୁପଯୁକ୍ତ ଏବଂ କୌଣସି ପରିସ୍ଥିତିରେ ଗ୍ରହଣ କରାଯାଇପାରିବ ନାହିଁ। ନିଶିକାନ୍ତ ଦୁବେ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି ତାହା ସରକାରଙ୍କ ସଜ୍ଞାନକୁ ଆସିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ସମେତ ଆମ ସମସ୍ତଙ୍କୁ ବ୍ୟଥିତ କରିଛି । ଏହା କେବଳ ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ ସାରା ରାଜ୍ୟ ବାସୀଙ୍କ ପାଇଁ ଗଭୀର ଆଘାତ ଦେଇଛି । ଏହା ପରେ ଯେପରି ଆଉ କୌଣସି ବ୍ୟକ୍ତି ଏପରି ଅଗ୍ରହଣୀୟ ମନ୍ତବ୍ୟ ପୁନରାବୃତ୍ତି ନ କରନ୍ତି ସେଥିପାଇଁ ମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହା ଉପରେ କୌଣସି ରାଜନୀତି କରିବା ଦ୍ୱାରା ବିଜୁ ବାବୁଙ୍କ ସମ୍ମାନକୁ ଆଘାତ ଦେବ । ତେଣୁ ପ୍ରସଙ୍ଗ ଉପରେ କୌଣସି ଆଲୋଚନା ନ କରିବାକୁ ମନ୍ତ୍ରୀ ବିନୀତ ଅନୁରୋଧ କରିଛନ୍ତି । Post navigation Rain Alert In Odisha: ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା Bijay Mohapatra Slams Nishikant Dubey: ବିଜୁବାବୁଙ୍କୁ ନେଇ ଦିଆଯାଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ; ନିଶିକାନ୍ତ ଦୁବେ କ୍ଷମା ମାଗନ୍ତୁ: ବିଜୟ ମହାପାତ୍ର