ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଟାବ୍ଲେଟ୍ ମଙ୍ଗଳବାର ଦିନ କରଞ୍ଜିଆ ଶିକ୍ଷା ଅଧିକାରୀ କରଞ୍ଜିଆ ବ୍ଲକ୍ ଏବଂ ଏନ୍ଏସି ଅଧୀନରେ ଥିବା ୫ଟି ସ୍ମାର୍ଟ ଉଚ୍ଚ ବିଦ୍ୟାଳୟକୁ ପ୍ରଦାନ କରିଥିଲେ । କେରକେରା ସରକାରୀ ଉଚ୍ଚବିଦ୍ୟାଳୟ ଖଜୁରୀସାଗର ସରକାରୀ ଉଚ୍ଚବିଦ୍ୟାଳୟ, ଚଢ଼େଇଭୋଳ ପଞ୍ଚାୟତ ନୋଡ଼ାଲ ଉଚ୍ଚବିଦ୍ୟାଳୟ, କରଞ୍ଜିଆ ସରକାରୀ ଉଚ୍ଚବିଦ୍ୟାଳୟ ଏବଂ କରଞ୍ଜିଆ, ସରକାରୀ ବାଳିକା ବିଦ୍ୟାଳୟକୁ ୨୦ଟି ଲେଖାଏଁ ମୋଟ ଶହେଟି ଟାବ୍ଲେଟ୍ ପ୍ରଦାନ କରାଯାଇଥିଲା । ଟାବ୍ଲେଟ୍ ଗୁଡ଼ିକ ନେବା ପରେ ଶିକ୍ଷକ ମାନେ ନିଜ ନିଜ ଉଚ୍ଚ ଚ୍ଚବିଦ୍ୟାଳୟରେ ପରୀକ୍ଷା କରିଥିଲେ । ଟାବଲେଟ୍ ଖୋଲିବା ମାତ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଫଟୋ ପ୍ରଦର୍ଶିତ ହୋଇଥିଲା । ମୋହନଙ୍କ ଅଫିସର ବାଣ୍ଟୁଛନ୍ତି ନବୀନ ଟ୍ୟାବ୍ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ନିର୍ଭୟରେ ଖବର ପ୍ରକାଶ ପରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ଜିଲ୍ଲାପାଳ ହେମକାନ୍ତ ସୟ କରଞ୍ଜିଆ ଶିକ୍ଷାଧିକାରୀଙ୍କୁ ସମସ୍ତ ଟ୍ୟାବ୍ ଫେରାଇ ଆଣିବାକୁ ନିର୍ଦ୍ଧେଶ ଦେଇଥିଲେ । ବୁଧବାର ବିଦ୍ୟାଳୟ ଖୋଲିବା ପୂର୍ବରୁ ପ୍ରବଳ ବର୍ଷା ମଧ୍ଯରେ ୫ଟି ଉଚ୍ଚବିଦ୍ୟାଳୟର ଶିକ୍ଷକ ନିଜ ବିଦ୍ୟାଳୟକୁ ଯାଇ ସମସ୍ତ ଟ୍ୟାବ୍କୁ ନେଇଆସି ସକାଳ ୯ଟା ପୂର୍ବରୁ କରଞ୍ଜିଆ ଶିକ୍ଷା ଅଧିକାରୀଙ୍କ ନିକଟରେ ଫେରାଇ ଦେଇଥିଲେ । ୫ଟି ସ୍ମାର୍ଟ ଉଚ୍ଚବିଦ୍ୟାଳୟରୁ ସମସ୍ତ ଶହେଟି ଟ୍ୟାବ୍ ଫେରାଇ ଅଣାଯାଇଥୁବାର ଭିଡ଼ିଓ ଫଟୋ ସହିତ ହେମକାନ୍ତ ସୟଙ୍କୁ ପ୍ରଦାନ କରିଥିଲେ । ନିର୍ଭୟରେ ଖବର ପ୍ରକାଶ ପରେ ପ୍ରଶାସନର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାର ବିଷୟ ହୋଇଛି । Post navigation ଟଳିଲା ପେଟ୍ରୋଲ୍ ପମ୍ପ୍ରେ ତେଲ ସଙ୍କଟ ଆଶଙ୍କା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଦୁଇ ମୋହନଙ୍କ ପାଇଁ ଅଗ୍ନି ପରୀକ୍ଷା