ଶିକ୍ଷା ମନ୍ତ୍ରଣାଳୟ ଗୁରୁବାର ଦେଶର ଶ୍ରେଷ୍ଠ କଲେଜ ତାଲିକା ଏନଆଇଆରଏଫ ୨୦୨୫ ରାଙ୍କିଙ୍ଗ ଜାରି କରିଛି । ଆଇଆଇଟି ମାଦ୍ରାସ ସବୁ ବର୍ଗରେ ଏବଂ ଇଞ୍ଜିନିୟରିଂ କାଟାଗୋରୀରେ ଶୀର୍ଷ ସ୍ଥାନ ହାସଲ କରି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି । ସାମଗ୍ରିକ ପ୍ରତିଷ୍ଠାନ ତାଲିକାର ଟପ୍-୧୦୦ରେ ଓଡ଼ିଶାର କୌଣସି କଲେଜ ନାହିଁ । ୨୫ତମ ସ୍ଥାନରେ ‘ସୋଆ’, ୨୭ରେ କିଟ୍ । ସେହିପରି ୩୪ରେ ଏନଆଇଟି ରାଉରକେଲା, ୮୦ରେ ଆଇଆଇଟି ଭୁବନେଶ୍ବର । ଇଞ୍ଜିନିୟରିଂ ମାନ୍ୟତାରେ ଏନଆଇଟି ରାଉରକେଲା ୧୩, ସୋଆ-୨୨, କିଟ୍- ୩୬ । ବିଶ୍ବବିଦ୍ୟାଳୟ ମାନ୍ୟତାର ୧୫ରେ ସୋଆ ଓ ୧୭ରେ କିଟ୍ । ମେଡିକାଲ କଲେଜ ମାନ୍ୟତାର ୧୪ରେ ଏମ୍ସ, ୧୫ରେ ସୋଆ, ୨୪ରେ କିଟ୍ । ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମାନ୍ୟତା- ୩୦ରେ ଏନଆଇଟି ରାଉରକେଲା, ୪୩ରେ କିଟ୍ । ଏନଆଇଆରଏଫର ରାକିଙ୍ଗରେ ମୋଟ୍ ୧୭ଟି ବର୍ଗ ଜାରି କରାଯାଇଛି । ଏଥିରେ ଓଭରଅଲ, ୟୁନିଭର୍ସିଟି, କଲେଜ, ରିସର୍ଚ୍ଚ ସଂସ୍ଥା, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ, ମେଡିକାଲ, ଡେଣ୍ଟାଲ, ଆର୍କିଟକେଚର ଆଣ୍ଡ ପ୍ଲାନିଂ, ଏଗ୍ରିକଲଚର ଆଣ୍ଡ ଅଲାଏଡ ସେକ୍ଟର, ଇନୋଭେସନ ଓପନ ୟୁୁନିଭର୍ସିଟିି, ସ୍କିଲ ୟୁନିଭର୍ସିଟି, ସ୍କିଲ ୟୁନିଭର୍ସିଟି, ଷ୍ଟେଟ ପବ୍ଲିକ ୟୁନିଭର୍ସିଟି ଓ ସଷ୍ଟେନେବିଲିଟି ସାମିଲ । ଟପ୍-୧୦ ଇନଷ୍ଟିଚ୍ୟୁଟ- ସବୁ ବର୍ଗ ୧ – ଆଇଆଇଟି, ମାଦ୍ରାସ ୨ – ଆଇଆଇଏସସି, ବେଙ୍ଗାଲୁରୁ ୩ – ଆଇଆଇଟି, ବମ୍ବେ ୪ – ଆଇଆଇଟି, ଦିଲ୍ଲୀ ୫ – ଆଇଆଇଟି, କାନପୁର ୬ – ଆଇଆଇଟି, ଖଡଗପୁର ୭ – ଆଇଆଇଟି, ରୁରକି ୮ – ଏମ୍ସ, ଦିଲ୍ଲୀ ୯ – ଜବାହରଲାଲ ନେହରୁ ୟୁନିଭର୍ସିଟି, ଦିଲ୍ଲୀ ୧୦ – ବନାରସ ହିନ୍ଦୁ ୟୁନିଭର୍ସିଟି, ବାରାଣସୀ Post navigation ସବୁ ଅଙ୍ଗନବାଡି ଏବେ ସ୍କୁଲ୍ରେ ସାମିଲ୍ ହେବା ସମ୍ଭବ ନୁହେଁ: ଗଣଶିକ୍ଷା ମନ୍ତ୍ରୀ କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ କରିବାକୁ ଦାବି କଲା ବିଜେଡି