ଆଜି ଭୁବନେଶ୍ବର ହୋଟେଲ ‘ମେ ଫେୟାର ଲାଗୁନ’ ଠାରେ ନିର୍ଭୟର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ୨୦୧୩ ମସିହାରେ କିଛି ପ୍ରତିବଦ୍ଧ ସାମ୍ବାଦିକମାନଙ୍କର ମିଳିତ ପ୍ରୟାସରେ ଆରମ୍ଭ ହୋଇଥିଲା ନିର୍ଭୟ । ୧୩ବର୍ଷର ଏହି ଯାତ୍ରା ଭିତରେ ଶନି ବାର ଦିନ ପାଳନ ହେଉଛି ଦ୍ବାଦଶ ବାର୍ଷିକ ଉତ୍ସବ। ମୁଖ୍ୟ ସମାରୋହ ଶନିବାର ଦିନ ୧୧.୩୦ ମିନିଟ୍ ସମୟରେ ଆରମ୍ଭ ହେବ। ଓଡିଶାର ଲୋକ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମୋହନ ଚରଣ ମାଝୀ ଆମ ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଗତବର୍ଷ ଠିକ୍ ଏହି ସମୟରେ ଆମର ଏକାଦଶତମ ବାର୍ଷିକ ଉତ୍ସବରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ସଭା ମଣ୍ଡନ କରିଥିଲେ।

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ ପରେ ତାହା ଥିଲା ତାଙ୍କର କୌଣସି ମିଡିଆ ସଂସ୍କାର କାର୍ଯ୍ୟକ୍ରମରେ ଭାଗନେବାରେ ପ୍ରଥମ ଘଟଣା । ଶନିବାର ଦିନ ୧୨ତମ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟବକ୍ତା ଭାବେ ରହିବେ ଦେଶର ଅନ୍ୟତମ ସଫଳ ସାମ୍ବାଦିକ ବିଦ୍ୟାନ ତଥା ଭାରତୀୟ ଜନସଞ୍ଚାର ସଂସ୍ଥାନ ନୂଆଦିଲ୍ଲୀର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ ଦ୍ବିବେଦୀ। ପ୍ରଫେସର ଦ୍ବିବେଦୀ ବର୍ତ୍ତମାନ ଭୋପାଳସ୍ଥିତ ମାଖନ୍‌ଲାଲ୍ ଚତୁର୍ବେଦୀ ରାଷ୍ଟ୍ରୀୟ ପତ୍ରକାରିତା ଓ ସଞ୍ଚାର ସଂସ୍ଥାନର ପ୍ରଭାବୀ କୂଳପତି ଏବଂ କୂଳସଚିବ ଭାବେ କାର୍ଯ୍ୟକରୁଛନ୍ତି । ୧୪ବର୍ଷ ସକ୍ରିୟ ସାମ୍ବାଦିକ ଭାବେ କାର୍ଯ୍ୟରତ ରହି ସାରିଥିବା ପ୍ରଫେସର ସଞ୍ଜୟ ଦ୍ବିବେଦୀ ୩୫ଟି ପୁସ୍ତକର ଲେଖକ। ସମ୍ମାନୀତବକ୍ତ ଭାବେ ରାମନାଥ ଗୋଏଙ୍କା ପୁର ପୁରସ୍କାର ହାସଲ କରିଥିବା ତଥା ନିର୍ଭୟ ସତୀର୍ଥ ପୁରସ୍କାରର ପ୍ରଥମ ବିଜେତା ଦ ହିନ୍ଦୁର ଓଡିଶା ପ୍ରତିନିଧି ସତ୍ୟସୁନ୍ଦର ବାରିକ୍ ବାର୍ଷିକ ଉତ୍ସବର ମୁଖ୍ୟ ସମାରୋହରେ ଯୋଗ ଦେବେ।

ସେହିପରି ବାର୍ଷି କ ଉତ୍ସବର ପ୍ରଥମ ଅଧିବେଶନ ଶନିବାର ଦିନ ୧୦.୧୦ ମିନିଟ୍‌ରେ ଆରମ୍ଭ ହୋଇଛି। ଓଡିଆ ସିନେମାର ଏହା କ’ଣ ପୁଣି ସୁବର୍ଣ୍ଣ ଯୁଗ କି ? ଏହି ପ୍ରସଙ୍ଗରେ ଲେଉଟାଣୀର ବେଳା ନାମକ ଏକ ଆଲୋଚନାଚକ୍ର ପ୍ରାରମ୍ଭିକ ଅଧିବେଶନରେ ହେବ। ଏଥିରେ ପ୍ୟାନେଲିଷ୍ଟ ଭାବରେ ଫିଲ୍ମ ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ଅଭିନେତ୍ରୀ ପିଙ୍କି ପ୍ରଧାନ ଏବଂ ଅଭିନେତା ତଥା ପ୍ରଶାସକ ଦେବ ପ୍ରସାଦ ଦାଶ ଯୋଗଦେଇଛନ୍ତି। ବାର୍ଷିକ ସମାରୋହରେ ନିର୍ଭୟ ଓଡିଶା ଗୌରବ ସମ୍ମାନ ଗ୍ରାମାଞ୍ଚଳ ପାଠକୀୟ ଆନ୍ଦୋଳନର ମୁଖ୍ୟ ତଥା ସମର୍ପିତ ସାହିତ୍ୟିକ ବିରେନ୍ଦ୍ର କୁମାର ସାମନ୍ତରାୟ ରାୟଙ୍କୁ ପ୍ରଦାନ କରାଯିବ । ଦୀର୍ଘ ତିନିଦଶନ୍ଧି ଧରି ଓଡିଶା ମିଡିଆରେ କାଟୁନିଷ୍ଟ ଭାବେ ସକ୍ରିୟ ଥିବା କମଳାକାନ୍ତ ରଥଙ୍କୁ ନିର୍ଭୟ ସତୀର୍ଥ ସମ୍ମାନ ପ୍ରଦାନ ହେବ । ନିର୍ଭୟ ଖବରଦାତା ସମ୍ମାନ ଦିଆଯିବା ସହ ଆନ୍ତଃସ୍କୁଲ ତର୍କ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ଦିଆଯିବ।

 

Leave a Reply

Your email address will not be published. Required fields are marked *