Nikhil Pavan Kalyan appointed As Director Of Census Operations In Odisha
ଆଇଏଏସ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କୁ ମିଳିଲା ନୂଆ ଦାୟିତ୍ୱ । ସେ ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ନୂଆ ଦାୟିତ୍ୱ ତୁଲାଇବେ ।
 
କେନ୍ଦ୍ର କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପଠାଯାଇଥିବା ଚିଠି ଅନୁସାରେ, କଲ୍ୟାଣ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ।
 
ନିଖିଳ ପବନ କଲ୍ୟାଣ (ଓଡିଶା କ୍ୟାଡର-୨୦୧୨) ଜଣେ ଅଭିଜ୍ଞ ଆଇଏଏସ ଅଧିକାରୀ ଭାବେ ପରିଚିତ । ବର୍ତ୍ତମାନ ସେ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନକୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *