ନିଆଳି କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ। ଜ୍ୟୋତିରଞ୍ଜନଙ୍କ ବଦଳରେ ମା’ ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ଗତ ୧୪ତାରିଖରେ ନାମାଙ୍କନ ଭରିଥିଲେ ଜ୍ୟୋତିରଞ୍ଜନ । ତେବେ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ଖାରଜକୁ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରସ । ଶାସକ ଦଳର ଚକ୍ରାନ୍ତରେ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ପିସିସି ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା ଶାସକ ଦଳକୁ ଦାୟୀ କରିଛନ୍ତି । ପରବର୍ତ୍ତୀ କଂଗ୍ରେସ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ମା’ ଗୀତାଞ୍ଜଳି ମଲ୍ଲିକ ନିଆଳି ବିଧାୟକ ଆସନ ପାଇଁ ନିର୍ବାଚନ ଲଢିବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯିବା ସହିତ ତାଙ୍କ ନାମାଙ୍କନ ପତ୍ର କାଏମ ରହିଛି।ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ ।ଜ୍ୟୋତି ରଞ୍ଜନ ମଲ୍ଲିକ କଟକ ଜିଲ୍ଲା ନିଆଳି ବ୍ଳକର ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅଛନ୍ତି ଏବଂ କଂଗ୍ରେସ ପ୍ରାର୍ଥୀ ଭାବରେ ଗତ ୧୪ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ତାଙ୍କ ନାମ ଭୋଟର ତାଲିକାରୁ କିପରି ବାଦ ପଡିଲା କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ସାମ୍ବାଦିକ ସମ୍ମିଳନୀରେ ପଚାରିଛନ୍ତି। ଏହାସହ ସରକାରୀ କର୍ମଚାରୀ ଏବଂ ଶାସକ ଦଳ ନେତା ସାମିଲ ହୋଇ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *