ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣାରେ ଏନ୍ଆଇଏର ତଦନ୍ତ । ଘର ମାଲିକଙ୍କ ଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଏନ୍ଆଇଏର ଜେରା । ପଛରେ ବଡ଼ ଚକ୍ରାନ୍ତ ଆଶଙ୍କାରେ ଏନ୍ଆଇଏର ଜେରା କରିବ ବୋଲି ସୂଚନା ମିଳିଛି  । ସୁନ୍ଦରପଦା ନିକଟ ନ୍ୟୁ ଆଜାଦ ନଗରରେ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି-NIA । ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ସହ ବୋମା ଫୁଟିବା କାରଣର ତଦନ୍ତ କରିବେ ।

ସୂଚନା ଯୋଗ୍ୟ; ଗତକାଲି ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏକ ପାଞ୍ଚ ମହଲା କୋଠାରେ ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ଘର ଛାଡି ବାହାରକୁ ଆସୁଥିବା ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅଗ୍ନିଶମ ସେବା କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ଯେତେବେଳେ ଏକ ବୈଜ୍ଞାନିକ ଦଳ ଏକ ବିସ୍ତୃତ ଯାଞ୍ଚ କରିଥିଲେ। କର୍ତ୍ତୃପକ୍ଷ କୋଠାରୁ ବାରୁଦ ଏବଂ ଡେଟୋନେଟର ସମେତ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ।

ଏଥିରେ ୪ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । ସେହନୱାଜ ମଲ୍ଲିକ ନାମକ ବ୍ୟକ୍ତିଙ୍କ ନାମରେ ୭ଟି ମାମଲା ରହିଛି । ଏଥିରେ ସେହନୱାଜର ମାଆ, ବାନ୍ଧବୀ ଏବଂ ସାଙ୍କ ଅମୀୟ ରଞ୍ଜନ ମଲ୍ଲିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *