ଭୁବନେଶ୍ୱରରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଶାଖା । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । ଭୁବନେଶ୍ୱରର ଭିଏସ୍‌ଏସ୍‌ନଗରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ କରିବ । ଜଣେ ଏସ୍‌ପି ପାହ୍ୟାର ଅଧିକାରୀ ଶାଖାର ମୁଖ୍ୟ ରହିବେ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

ସୂଚନା ଯୋଗ୍ୟ; ୨୦୦୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) । ସାରା ଭାରତରେ ୧୯ଟି ଶାଖା କାର୍ଯ୍ୟାଳୟ ଅଛି। ଏନଆଇଏ ମୁଖ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ।

Leave a Reply

Your email address will not be published. Required fields are marked *