NIA court acquits all 7 accused in Malegaon blast case
ଦୀର୍ଘ ୧୭ ବର୍ଷ ପରେ ଆସିଲା ବହୁଚର୍ଚ୍ଚିତ ମାଲେଗାଁ ବିସ୍ଫୋରକ ମାମଲାରେ ବଡ ରାୟ । ଏନଆଇଏର ସ୍ପେଶିଆଲ କୋର୍ଟ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସମେତ ସମସ୍ତ ୭ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ସେମାନଙ୍କ ଉପରେ ଲାଗିଥିବା ଦେଶଦ୍ରୋହ, ଆର୍ମସ ଆକ୍ଟ ଓ ଅନ୍ୟ ଧାରାରେ ରୁଜୁ ଗୋଟିଏ ବି ଆରୋପକୁ ପ୍ରମାଣିତ କରାଯାଇପାରିଲାନି ।
 
୨୦୦୮ ସେପଟେମ୍ବର ୨୯ ରେ, ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ମାଲେଗାଁଓରେ ଏକ ମୋଟର ସାଇକେଲ ବୋମା ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
 
ଏହି ଘଟଣା ପାଇଁ ସେତେବେଳର ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ଏବଂ ସେନାର ଲେଫଟନାଣ୍ଟ କଲୋନେଲ ପ୍ରସାଦ ପୁରୋହିତଙ୍କୁ ଦାୟୀ କରାଯାଇଥିଲା । ଏହି ମାମଲାରେ ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ଅଜୟ ରାହିରକର, ସୁଧାକର ଦ୍ୱିବେଦୀ, ସୁଧାକର ଚତୁର୍ବେଦୀ ଓ ସମୀର କୁଲକର୍ଣ୍ଣିଙ୍କୁ ଅଭିଯୁକ୍ତ ବୋଲି କୁହାଯାଇଥିଲା ।
 
 
 
 

By Nirvay

Leave a Reply

Your email address will not be published. Required fields are marked *