ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ବୋଲି ଆଡ୍ଭୋକେଟ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଅନ୍ତର୍ଭୁକ୍ତ କରାଯିବ । ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ଅଗ୍ରଗତି ଘଟିଛି ବୋଲି ଆଚାର୍ଯ୍ୟ କହିଛନ୍ତି । ଦୁଇ ରାଜ୍ୟର ବୈଷୟିକ ଟିମ୍ ପାଖାପାଖି ୧୩ଟି ବୈଠକ କରି ସାରିଛନ୍ତି । ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି । ଆପୋଷ ମିଳାମିଶା ପାଇଁ ହୋଇଥିବା ଆଲୋଚନାରେ ଟ୍ରିବ୍ୟୁନାଲ ସନ୍ତୁଷ୍ଟ ହୋଇଛନ୍ତି । କେନ୍ଦ୍ର ମଧ୍ୟସ୍ଥତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଆଡ୍ଭୋକେଟ ଜେନେରାଲ୍ କହିଛନ୍ତି । Post navigation Terror Links: ଆତଙ୍କବାଦୀ ଲିଙ୍କ୍ ସନ୍ଦେହରେ ଭୁବନେଶ୍ୱରର ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ Sijimali Mining Issue: ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ସସ୍ମିତ ପାତ୍ର