ରାଜ୍ୟସଭା ନିର୍ବାଚନରେ ବିଜୟ ହାସଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଆଜି ପୁରୀ ଗସ୍ତ କରିଛନ୍ତି। ଜିତିବା ପରେ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭାର ନବ ନିର୍ବାଚିତ ସାଂସଦ ଦିଲୀପ ରାୟ ଓ ତାଙ୍କ ପତ୍ନୀ।

ଦିଲ୍ଲୀପ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମହାପ୍ରଭୁଙ୍କ ଆର୍ଶୀବାଦରୁ ସେ ବିଜୟ ହାସଲ କରିଛନ୍ତି । ଓଡ଼ିଶାବାସଙ୍କ ସେବା କରିବାକୁ ଶକ୍ତି ଏବଂ ସାହସ ଦେବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି । ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ନିଶ୍ଚିତ ଥିଲି। ସେଥିପାଇଁ ଦୁଇମାସ ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଥିଲି। ତାହାର ଫଳ ଆଜି ମିଳିଛି।

ତେବେ ନିର୍ବାଚନରେ କେବଳ କ୍ରସ୍ ଭୋଟିଂ ନାହିଁ ତାଙ୍କ ପ୍ରତି ସମସ୍ତଙ୍କର ଭଲ ପାଇବା ଅଛି ବୋଲି କହିଛନ୍ତି ଦିଲ୍ଲିପ। ସେ କହିଛନ୍ତି ବିଜେପି ଓ ବିଜେଡି ବିଧାୟକଙ୍କ ସହ ଭଲ ସମ୍ପର୍କ ଅଛି । ସମସ୍ତଙ୍କ ସହ ଯୋଗାଯୋଗ କରି କଥା ହୋଇଥିଲେ ।

ସେହିପରି ସେ ୨୦୦୨ ମସିହାର ବିଜୟକୁ ମନେ ପକାଇଛନ୍ତି । ସେତେବେଳେ ଗୋଟେ ସଂଖ୍ୟା ନଥିଲା, ଏବେ ୨୦ ବିଜେପି ବିଧାୟକ ସାହାଯ୍ୟ କରିଛନ୍ତି । ତେଣୁ ଜିତିବା ପରେ ପ୍ରଥମେ ଶୁଭେଚ୍ଛୁଙ୍କ ଘର ବୁଲିକି ଆସିଛନ୍ତି ।

Leave a Reply

Your email address will not be published. Required fields are marked *