ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ଅଭିଯୁକ୍ତ ୭୦ ବର୍ଷୀୟ ବୃଦ୍ଧଙ୍କୁ କାଲି ଯାଜପୁର ରୋଡ୍ ଥାନା ପୋଲିସ ଗିରଫ କରିଥିବାବେଳେ ଆଜି ସ୍ଥାନୀୟ ଲୋକ ଓ ପୋଲିସ ସହଯୋଗରେ ୭୦ ବର୍ଷୀୟ ଅଭିଯୁକ୍ତ ଘର ନିକଟରୁ ନବଜାତ କନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଶିଶୁକନ୍ୟାକୁ ଯାଜପୁର ରୋଡ୍ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ଜଣାପଡିଛି । ବ୍ୟାସନଗରର ୭୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ନାବାଳିକା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ନାବାଳିକାକୁ ଗର୍ଭପାତ କରାଯାଇଥିବା ୨ ଦିନ ତଳେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଗର୍ଭପାତ ଅଭିଯୋଗ ପାଇଁ ଘରୋଇ ହସ୍ପିଟାଲର ଏମ୍ଡି ମଧ୍ୟ ଗିରଫ ହୋଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । Post navigation CBSE Board Class 10th, 12th Exam: ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା Odisha Budget Session 2026: ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ