୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ ରାସ୍ତା । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ କହିଛନ୍ତି ବଜେଟ ଖର୍ଚ୍ଚ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା କରାଯାଇଛି । ଏହି ସମୀକ୍ଷାରେ ବଜେଟ ଖର୍ଚ୍ଚକୁ ତ୍ୱାରନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ୍ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଜେଟ୍ ଖର୍ଚ୍ଚ ସମୀକ୍ଷା ପରେ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ।

ସେହିପରି ୨୦୨୭ ସୁଦ୍ଧା ୭୫ ହଜାରରୁ ଅଧିକ ରାସ୍ତା ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଏବେ ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ସରିଛି । ସମୟ ସୀମା ମଧ୍ୟରେ ସବୁ କାମ ସାରିବାକୁ ଦିଆଯାଇଛି ଟାର୍ଗେଟ । ଏବେ ୫୩ ପ୍ରତିଶତ  ବଜେଟ୍ ଖର୍ଚ୍ଚ ସରିଛି, ୩ ମାସରେ ୧୦୦ ପ୍ରତିଶତ ଖର୍ଚ୍ଚ ସରିବ ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଗତ ସରକାରରରେ ୯୨ଟି ବ୍ରିଜ୍‌କୁ ଆପ୍ରୋଚ ରୋଡ୍ ନଥିଲା । କିନ୍ତୁ ଆମ ସରକାର ଆସିବା ପରେ ୫୦ଟି ବ୍ରିଜ୍ ପାଇଁ ଜମି ଅଧିଗ୍ରହଣ ସରିଲାଣି ।

Leave a Reply

Your email address will not be published. Required fields are marked *