ଖୁବ୍‌ ଶୀଘ୍ର ଆସିବ ନୂଆ ରାସନ କାର୍ଡ ତାଲିକା। ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି। ଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପ୍ରକ୍ରିୟା ବି ଆରମ୍ଭ ହୋଇଛି।

ବର୍ତ୍ତମାନ KYC ଅପଡେଟ୍‌ କରିବା ପ୍ରକ୍ରିୟା ଜାରି ରହିଛି। ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ନୂଆ ଆବେଦନ କରିଛନ୍ତି। ୧୨ଟି ସ୍ବତଃ ଯୋଗ ହେବା ମାନଦଣ୍ଡ, ୧୦ ବାଦ ମାନଦଣ୍ଡ ନିର୍ଦ୍ଧାରିତ କରାଯାଇଛି । ତଥ୍ୟାବଳୀକୁ ସ୍ବଚ୍ଛ ରଖିବା ପାଇଁ ଆଧାରଭିତ୍ତିକ ଇ-KYC ଯାଞ୍ଚ ଆରମ୍ଭ ହୋଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘର ଘର ବୁଲି ସର୍ଭେ ଚାଲିଛି, ମାସେ ଭିତରେ ନୂଆ ତାଲିକା ଚୂଡ଼ାନ୍ତ ହେବ ବୋଲି କହିଛନ୍ତି ।

PC: Digital India

 

 

Leave a Reply

Your email address will not be published. Required fields are marked *