ମଣିଷ ମାରିଲେ ଯେତିକି ପାପ, ଗୋମାତାଙ୍କୁ ହତ୍ୟା କଲେ ସମ ପରିମାଣର ପାପ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଭାରତବର୍ଷର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଗୋହତ୍ୟା ଓ ଗୋଚାଲାଣ ବିରୋଧରେ ଆଇନ ଆସିବାକୁ ଯାଉଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୁରୀରେ ଅନୁଷ୍ଠିତ ଗୋ ନବରାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଗୋ ମାଫିଆ ଓ ଗୋ ଚାଲାଣକାରୀଙ୍କୁ ସତର୍କ ଓ ସାବଧାନ କରାଇଛନ୍ତି ଆଇନମନ୍ତ୍ରୀ । ଓଡିଶାରେ ଗୋଚାଲାଣ ଓ ଗୋହତ୍ୟା ନିଷେଧ ହେବାସହ ଗୋମାତାଙ୍କୁ ଅସମ୍ମାନ କରାଯିବ ନାହିଁ । ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ନିୟମ ଲାଗୁ ହେବାକୁ ଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି। ତେବେ ଏହି ଆଇନ ଆସିଲେ ଓଡିଶାରେ ଗୋ-ହତ୍ୟା ଓ ଗୋ-ଚାଲାଣ ବିଶେଷ ଭାବରେ କମିଯିବ ବୋଲି ଆଶା କରାଯାଉଛି । କାମଧେନୁ ଯୋଜନା ଓଡ଼ିଶାରେ କିଭଳି ଲାଗୁ ହେବ ଧ୍ୟାନ ଦିଆଯିବ । ରାସ୍ତାଘାଟରେ ଗାଇଗୋରୁଙ୍କ ଦୁର୍ଘଟଣା ରୋକିବା, ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ୫ ମନ୍ତ୍ରୀ ଓ ସଚିବଙ୍କୁ ନେଇ କମିଟି ଗଠନ କରାଯାଇଛି Post navigation ଓଡିଶା ର ବରପୁତ୍ର ଙ୍କ ଇତିହାସ ବିଷୟରେ ହେବ ଗବେଷଣା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତ