ରାଜ୍ୟରେ ଏହିମାସରେ ଲାଗୁ ହେବ ନୂତନ ଅବକାରୀ ନୀତି । ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ନୂଆ ଆହ୍ୱାନ ହେବ। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଲାଗୁ ହେବାକୁ ଯାଉଛି। ନୂଆ ମଦ ନୀତିରେ ନୂଆ ଦୋକାନ ଖୋଲିବ ନାହିଁ । ଏଥିପାଇଁ ବିଭିନ୍ନ ରାଜ୍ୟକୁ ମଦ ନୀତି ଅନୁଧ୍ୟାନ ପାଇଁ ୩ଟି ଟିମ୍ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଓଡ଼ିଶାରେ ନୂତନ ମଦ ନୀତି ଲାଗୁ କରିବା ପୂର୍ବରୁ ରାଜ୍ୟ ଅବକାରୀ ବିଭାଗ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ ୩ଟି ଟିମ୍ ଗସ୍ତ କରିବେ । ଆନ୍ଧ୍ର, ରାଜସ୍ଥାନ, କେରଳ, ତାମିଲନାଡୁ ଗସ୍ତ କରିବେ । ସେମାନେ ଅନୁଧ୍ୟାନ କରିବା ପରେ ନୂତନ ଅବକାରୀ ନୀତି ଜୁନ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା ଲାଗୁ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତିନି ବର୍ଷିଆ ମଦ ନୀତି ଆସିବ । ପ୍ରଥମ ପଦକ୍ଷେପ ସ୍ୱରୂପ ଟିମ୍ ଆନ୍ଧ୍ର ପ୍ରଦେଶ ଯାଇଛନ୍ତି । ଅଧିକାରୀମାନେ ଜୁଲାଇ ୭ ଏବଂ ୮ ସୁଦ୍ଧା ଫେରି ଆସିବାର ସମ୍ଭାବନା ରହିଛି । ପଲିସିରେ ଯାହା ବାକି ଅଛି ପରିବର୍ତ୍ତନ ହୋଇ ଲାଗୁ ହେବ । ବେଆଇନ ମଦ, ଦଣ୍ଡବିଧାନ, ପୁରୁଣା ପଲିସିର ଅସୁବିଧା ଦୂର ହେବ । ସବୁ କଥାକୁ ଆଖି ଆଗରେ ରଖି ୩ ବର୍ଷିଆ ପଲିସି ହେବ । Post navigation ୪ ଟନ୍ ବିସ୍ଫୋରକ ଲୁଟ୍ ଘଟଣା; ଜବତ ହେଲା ଅଢ଼େଇ ଟନ୍ର ବିସ୍ଫୋରକ ରାଜ୍ୟରେ ୧୫କୁ ଛୁଇଁଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା