ବିବାଦ ମଧ୍ୟରେ ଆଜି ପ୍ରକାଶ ପାଇଲା ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜିର ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆଜି ନିଜର ଅଫିସିଆଲ୍ ୱେବସାଇଟରେ ନିଟ୍‌ ୟୁଜିର ପରୀକ୍ଷା ଫଳ ପ୍ରକାଶ କରିଛି | ନିଟ୍‌ ୟୁଜି ପରୀକ୍ଷାରେ ସଫଳ ହାସଲ କରିଥିବା ପର୍ଥିମାନେ exam.nta.ac.in/NEET/ କିମ୍ବା neet.ntaonline.in ର ଅଫିସିଆଲ୍ ୱେବସାଇଟ୍ ରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।

ଏନଟିଏ ଓ୍ବେବସାଇଟରେ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ କରାଯାଇଛି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ସହରଓ୍ବାରୀ ଏବଂ କେନ୍ଦ୍ରଓ୍ବାରୀ ତଥ୍ୟ ଉପଲବ୍ଧ କରାଯାଇଛି। ଏହା ସହିତ ପରୀକ୍ଷାର୍ଥୀମାନଙ୍କ ପରିଚୟ ଗୋପନୀୟ ରଖାଯାଇଛି।

Leave a Reply

Your email address will not be published. Required fields are marked *