ନିଟ୍ (NEET) ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତା ଯୋଗୁଁ ଭାରତର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରଭାବିତ ହୋଇଛି। ଏହାର ପ୍ରତିବାଦରେ ଆଜି ସଂସଦରେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ରାଜ୍ୟସଭାରେ ଏହା ଉପରେ ଆଲୋଚନା ଦାବି କରିଛନ୍ତି।

ସେମାନଙ୍କ ପ୍ରତିବାଦକୁ ନଶୁଣିବାରୁ ବିଜେଡି ସାଂସଦମାନେ ମଧ୍ୟ ସଂସଦରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ ନିଜର ଦୃଢ଼ ପ୍ରତିବାଦ ଜଣାଇ ଗୃହ ମଝିକୁ ଯାଇଥିଲେ। ସଂସଦରେ ବିଜେପି ନେତୃତ୍ୱାଧୀନ ଭାରତ ସରକାରଙ୍କ ବିରୋଧରେ ତୀବ୍ର ପ୍ରତିବାଦ କରିବା ସହ ଦୁଇଥର ଗୃହ ମଝିକୁ ଯାଇ ନିଟ୍ ଅନିୟମିତତା ଓ ଦୁର୍ନୀତି ଯୋଗୁଁ କ୍ଷତିଗ୍ରସ୍ତ ଓଡ଼ିଶାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମସ୍ୟା ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *