ଚଳିତ ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଜାଭେଲିନ ଥ୍ରୋରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଗତ କିଛି ମାସ ମଧ୍ୟରେ ଆଘାତ ଯୋଗୁଁ ବହୁ ଘାତ, ପ୍ରତିଘାତ ମଧ୍ୟରେ ଗତି କରିଥିବା ନୀରଜ ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ରୌପ୍ୟ ପଦକ ଲାଭ କରିଛନ୍ତି ।

ଏହା ସହ ଅଲିମ୍ପିକ୍ସରେ ଦୁଇଟି ବ୍ୟକ୍ତିଗତ ପଦକ ଜିତିବାରେ ସ୍ଵାଧୀନ ଭାରତର ଚତୁର୍ଥ ଖେଳାଳୀ ସାଜିଛନ୍ତି ନୀରଜ ଚୋପ୍ରା । ପୂର୍ବରୁ ସୁଶୀଲ କୁମାର, ପିଭି ସିନ୍ଧୁ ଓ ମନୁ ଭାକର ଏ ଗୌରବ ହାସଲ କରିଥିଲେ । ଏହା ସହ ସେ ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍‌ ଭାବେ ଦୁଇଟି ଅଲିମ୍ପିକ୍ସ ପଦକ ଜିତି ଇତିହାସ ରଚିଛନ୍ତି ।

ଜାଭେଲିନ ଫାଇନାଲରେ ନୀରଜ ୮୯.୪୫ ମି ଦୂରତା ହାସଲ କରିଥିଲେ ମଧ୍ୟ ପାକିସ୍ତାନର ଅର୍ଶଦ ନଦୀମଙ୍କ ୯୨.୯୭ ମି ଅଲିମ୍ପିକ୍ସ ରେକର୍ଡକୁ ପ୍ରତିହତ କରି ପାରିନଥିଲେ । ଅର୍ଶଦ ନଦୀମ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲରେ ପାକିସ୍ତାନର ପ୍ରଥମ ଖେଳାଳୀ ହେବାର କୃତିତ୍ୱ ହାସଲ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *