ହଠାତ୍ ରବିବାର ଦିନ ସନ୍ଧ୍ୟାବେଳେ ଜାଭେଲିନ୍ ଲିଜେଣ୍ଡ ନୀରଜ ଚୋପ୍ରା ସୋସିଆଲ ମିଡିଆରେ ନିଜ ବାହାଘରର ଫଟୋ ସେୟା ସୟାର କରି ଏକପ୍ରକାର ଚହଳ ପକାଇ ଦେଇଥିଲେ। ପୂର୍ବରୁ କୌଣସି ପ୍ରକାର ଚିମୁଟାଏ ଖବର ମଧ୍ୟ ନୀରଜଙ୍କ ବିବାହକୁ ନେଇ ଆସୁନଥିଲା । ଗତ ପ୍ୟାରିସ ଅଲିମ୍ପିକ୍ସ ପରେ ଏକ ଇଭେଣ୍ଟରେ ସୁଟର ମନୁ ଭାକରଙ୍କ ସହ ନୀରଜଙ୍କ ଲମ୍ବା କଥାବାର୍ତ୍ତା ମିଡିଆରେ ଖବର ହୋଇ ବାହରିଥିଲା ଯେ, ହୁଏତ ଦୁଇ ଜଣଙ୍କ ମଧ୍ୟ କିଛି ସମ୍ପର୍କ ଅଛି। ଦୁହେଁ ହରିୟଣାର ହୋଇଥିବାରୁ ଅନେକ ମିଡିଆରେ ଏହାକୁ ପ୍ରେମର ରୂପ ମଧ୍ଯ ଦିଆଯାଇଥିଲା। ହେଲେ ରବିବାର ଦିନ ନୀରଜ ବାହାଘରର ଫଟୋ ସେୟାର କଲାବେଳେ ମୁଁ ହିମାନୀଙ୍କୁ ବିବାହ କରିଛି ବୋଲି ବତାଇଥିଲେ। ତାଙ୍କର ସେହି ପୋଷ୍ଟ ପରଠାରୁ କିଏ ଏହି ହିମାନୀ ତାହାକୁ ନେଇ ଆରମ୍ଭ ହୋଇଯାଇଥିଲା ଖୋଳତାଡ଼ । ହିମାନୀଙ୍କ ପୁରା ନାମ ହେଉଛି ହିମାନୀ ମୋର୍ । ସେ ହରିୟଣାର ଅଧିବାସୀ। ଏକଦା ଟେନିସ ଖେଳରେ ଖୁବ୍ ନାମ କମାଇଥିଲେ ହିମାନୀ । ଉଭୟ ସିଙ୍ଗଲ୍ସ ଓ ଡବଲ୍ସର ଦେଶର ଆଗଧାଡ଼ିର ଖେଳାଳିଙ୍କ ବର୍ଗରେ ସାମିଲ ଥିଲେ। ସୋନି ପଥର ନିବାସୀ ହିମାନୀ ସେଠାକାର ଲିଟିଲ୍ ଆଞ୍ଜେଲ ସ୍କୁଲରୁ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀର ମିରାଶା ହାଉସରୁ ରାଜନୀତି ବିଜ୍ଞାନରେ ସ୍ନାତକ କରିଥିଲେ । ୨୦୧୮ରୁ ଟେନିସରେ ନାମ କମାଇବାଥିବ ହିମାନୀ ଏକଦା ଭାରତର ଟପ୍ ୩୦ ମହିଳା ଖେଳାଳିଙ୍କ ମଧ୍ୟରେ ସାମିଲ ଥିଲେ। ବର୍ତ୍ତମାନ ସେ ଆମେରିକାର ନ୍ୟୁହାମ୍ପସାୟାରରେ ଥିବା ଫ୍ରାଙ୍କଲିନ୍ ବିଶ୍ବବିଦ୍ୟାଳୟରୁ ଉଚ୍ଚତର ଶିକ୍ଷା ହାସଲ କରୁଛନ୍ତି । ସେଠାରେ ସେ ସହାୟକ ଟେନିସ କୋଚର ଦାୟିତ୍ଵ ମଧ୍ୟ ନିର୍ବାହ କରୁଛନ୍ତି । ପାରିବାରିକ କଥାବାର୍ତ୍ତା ପରେ ନୀରଜ ଓ ହିମାନୀ ପରସ୍ପରକୁ ଭେଟି ବିବାହ ପାଇଁ ମନସ୍ଥିର କରିଥିଲେ ବୋଲି କୁହାଯାଉଛି । କିନ୍ତୁ ମାନିବାକୁ ପଡ଼ିବ ସେମାନଙ୍କ ସମ୍ପର୍କ, ବିବାହ ପ୍ରସ୍ତାବ ଏବଂ ବିବାହ ବାବଦରେ ପଦାର କେହି ଲୋକ ଟିକେ ବି ଖବର ପାଇନଥିଲେ । Post navigation ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା