­ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ଆଜି ଜାଭେଲିନ ଥ୍ରୋ ଏଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ନୀରଜ ଚୋପ୍ରା । ଆଜି କ୍ୱାଲିଫାୟରର ପ୍ରଥମ ଥ୍ରୋ ରେ ସେ ୮୯.୩୪ ମିଟର ଦୂରତାରେ ଥ୍ରୋ ପକାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଚଳିତ ଅଲିମ୍ପିକ୍ସରେ ନୀରଜଙ୍କ ପାଖରେ ରହିଛି ଲଗାତାର ସ୍ୱର୍ଣ୍ଣ ଜିତିବାର ସୁଯୋଗ । ସେହିପରି ପାକିସ୍ତାନର ଅର୍ଶଦ ନାଦିମ ମଧ୍ୟ ପ୍ରଥମ ଥ୍ରୋରେ ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ଫାଇନାଲରେ ନାଦିମ ଏବଂ ନୀରଜଙ୍କ ମଧ୍ୟରେ ଏକ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିବ ।

ସୂଚନା ମୁତାବକ; ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଅଲମ୍ପିକ୍ସରେ ମାତ୍ର ୩ଟି ବ୍ରୋଞ୍ଜ ପଦକ ହାସଲ କରିଛି । ସୁଟର ମନୁ ଭାକର ଭାରତକୁ ଏଥିରୁ ୨ଟି ପଦକ ଦେଇଛନ୍ତି । ୧୦ ମିଟର ଏୟାର ପିସ୍ତଲରେ ମନୁ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୧୦ ମିଟର ଏୟାର ପିସ୍ତରର ମିଳିତ ଇଭେଣ୍ଟରେ ସରବଜୋତ ସିଂଙ୍କ ସହ ପୁଣି ଏକ ବ୍ରୋଞ୍ଜ ଜିତିଛନ୍ତି । ସ଼୍ବପ୍ନିଲ୍‌ କୁସାଲେ ୫୦ ମିଟର ଏୟାର ରାଇଫଲ୍‌ ୩ ପୋଜିସନ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *