ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ । NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍ । ସିପି ରାଧାକ୍ରିଷ୍ଣନ୍‌ଙ୍କ ପାଇଁ ମୁଖ୍ୟ ପ୍ରସ୍ତାବକ ହେଲେ ପିଏମ୍‌ ମୋଦି । ଏହା ସହିତ ବିଜେପିର ଅନେକ ବରିଷ୍ଠ ନେତୃବୃନ୍ଦ ଯଥା କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ନୀତୀନ ଗଡ଼କରୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପ୍ରମୁଖ ଉପସ୍ଥିତ ଥିଲେ ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବ । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୧ ଥିବା ବେଳେ ପ୍ରାର୍ଥୀମାନେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ।

ସୂଚନା ଯୋଗ୍ୟ; ସିପି ରାଧାକ୍ରିଷ୍ଣନ୍ ବର୍ତ୍ତମାନ ମହାରାଷ୍ଟ୍ରର ବର୍ତ୍ତମାନ ରାଜ୍ୟପାଳ ଅଛନ୍ତି । ଏହା ପୂର୍ବରୁ ସେ ଝାଡ଼ଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ପରି ରାଜ୍ୟର ରାଜ୍ୟପାଳ ଥିଲେ । ସେ ବିଜେପିର ଜଣେ ବରିଷ୍ଠ ନେତା ଏବଂ ନିଜର ରାଜନୈତିକ ଜୀବନ ଆରଏସଏସ ଏବଂ ଜନସଂଘରୁ ଆରମ୍ଭ କରିଥିଲେ। ସେ ୧୯୯୮ ଏବଂ ୧୯୯୯ରେ କୋଏମ୍ବାଟୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡ଼ୁ ରାଜ୍ୟ ବିଜେପି ସଭାପତି ପଦରେ କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *