ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଦୁର୍ବୃତ୍ତ। ପେଟ ଓ ଛାତିରେ ବାଜିଲା ୨ରୁ ୩ ରାଉଣ୍ଡ୍ ଗୁଳି । ଗୁଳିମାଡ଼ ପରେ ତାଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ହତ୍ୟା ପରେ ବାବା ସିଦ୍ଦିକ୍‌ଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ବାବା ସିଦ୍ଦିକ୍‌ଙ୍କୁ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ପଚରାଉରା କରୁଛି ପୋଲିସ । ହତ୍ୟାକାଣ୍ଡରେ ୩ ଜଣ ସଂପୃକ୍ତ ଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଏ ପର୍ଯ୍ୟନ୍ତ ଫେରାର ରହିଥିବା ସୂଚନା ମିଳିଛି । କିନ୍ତୁ ଫେରାର ଥିବା ଅନ୍ୟ ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ଉତ୍ତର ପ୍ରଦେଶର ହୋଇଥିବା ବେଳେ ଜଣଙ୍କ ଘର ହରିଆଣାରେ ।  ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ କରାଯାଇଛି ।

ଅନ୍ୟପଟେ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ବାବା ସିଦ୍ଦିକିଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ୧୫ ଦିନ ତଳେ ସିଦ୍ଦିକ୍‌ଙ୍କୁ ହତ୍ୟା ଧମକ ପାଇଁ ୱାଇ ସୁରକ୍ଷା ମିଳିଥିଲା।ବଲିଉଡ୍‌ ଷ୍ଟାର ସଲମାନ ଖାନ୍‌ଙ୍କ ଅତି ନିକଟତର ଥିଲେ ସିଦ୍ଦିକ୍‌।ସଲମାନଙ୍କ ସହ ଲିଙ୍କ୍‌ ଥିବାରୁ ବିଷ୍ଣୋଇ ଗ୍ୟାଙ୍ଗ୍‌ ଉପରେ ସନ୍ଦେହ ବଢିଛି।

ସୂଚନଯୋଗ୍ୟ: ଗତକାଲି ରାତି ପ୍ରାୟ ୯ଟା ବେଳେ ଦଶହରା ଅବସରରେ ବାବା ସିଦ୍ଦିକି ବାଣ ଫୁଟାଉଥିବା ବେଳେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ରାମ ନିଜ ଅଫିସ ନିକଟରେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ  । ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିବା ବେଳେ ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିଲା । ଏହା ପରେ ତାଙ୍କୁ ତାଙ୍କୁ ସଙ୍ଗେ ସଙ୍ଗେ ଲୀଳାବତୀ ହସ୍ପିଟାଲକୁ ନିଆଯାଇଥିଲା ।  ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ବାବା ସିଦ୍ଦିକି ପଶ୍ଚିମ ବାନ୍ଦ୍ରାରୁ ୧୯୯୯, ୨୦୦୪ ଓ ୨୦୦୯ରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ରୁ ୨୦୦୮ ଯାଏଁ ସେ ମହାରାଷ୍ଟ୍ର ଶ୍ରମ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିଲେ। ଦୀର୍ଘ ୪ ଦଶନ୍ଧି ଧରି କଂଗ୍ରେସରେ ରହିବା ପରେ ଗତ ଫେବୃଆରୀ ମାସରେ ସେ କଂଗ୍ରେସ ଛାଡ଼ି ଅଜିତ ପାୱାରଙ୍କ ଏନସିପିରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *